ନ୍ୟୁଜ୍ 365(ବ୍ୟୁରୋ): ଗାଈ ପେଟରୁ ବାହାରିଲା ୩୦ କେଜିର ପଲିଥିନ୍। ବ୍ରହ୍ଣପୁର ମୁନିସିପାଲ୍ଟି ଅଧିନ ଗିରିରୋଡରେ ମୁଖ୍ୟ ରାସ୍ତାରେ ଦୁଇଦିନ ତଳେ ଏକ ଗାଈ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା। ଏହା ଦେଖି ଲୋକେ ଜିଲ୍ଲା ମୂଖ୍ୟ ପଶୁ ଚିକିତ୍ସାଧିକାରୀ ଡାକ୍ତର
ମନୋଜ କୁମାର ସାହୁଙ୍କୁ ଖବର ଦେଇଥିଲେ। ଫଳରେ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣା ସ୍ଥଳରେ
ପହଞ୍ଚି ଉକ୍ତ ଗାଈକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତାର ପେଟରେ
ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପ୍ରଥମେ ପେଟର ଏକ ଛୋଟ ଅସ୍ତ୍ରୋପଚାର କରିବା ପରେ ଗାଈଟି
ସୁସ୍ଥ ଅନୁଭବ କରୁଥିବା ଡାକ୍ତର ସତ୍ୟ ନାରାୟଣ କର ଦେଖି ଆଜି ଅସ୍ତ୍ରୋପଚାର କରିଥିଲେ। ତେବେ
ଆଶ୍ଚର୍ୟ୍ୟର କଥା ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି ୩୦ କିଲୋ ଓଜନର ପଲିଥିନ ଜରିର ଗୁଳା
ବାହାରିଥିଲା। ଚିକିତ୍ସାଳୟର କର୍ମଚାରୀ ହରି ଚନ୍ଦ୍ର ନାୟକ, ଦିଲ୍ଲୀପ ସୁର ସିଂ, ବିଜୁ ଲେଙ୍କା, ସାଇରାମ ରେଡ୍ଡୀଙ୍କ ସମେତ ଡାକ୍ତର ରମା ଗୌରୀ ଓ ଡାକ୍ତର ତନ୍ମୟୀ ପଟ୍ଟନାୟକ, ଡାକ୍ତର ସତ୍ୟନାରାୟଣ କରଙ୍କ ଅକ୍ଲାନ୍ତ
ପରିଶ୍ରମ ଓ ଚେଷ୍ଟା ପରେ ଉକ୍ତ ଗାଈର ଅସ୍ତ୍ରୋପଚାର ହୋଇପାରିଥିଲା। ଫଳରେ ଗାଈଟି ବର୍ତ୍ତମାନ
ସୁସ୍ଥ ଥିବା ଜଣାପଡିଛି।
ରାଜ୍ୟରେ ପଲିଥିନ୍ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ
ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ ତାହା କେବଳ କାଗଜକଲମରେ ସୀମିତ ରହିଛି।
କିଛିଦିନ ଧରପଗଡ ପରେ ସରକାରୀ କଳ ଶୋଇପଡ଼ିଛି। ଯେଉଁଥି ପାଇଁ ଆଜି ଛୋଟରୁ ବଡ଼ବଡ଼ ଦୋକାନ ସବୁଠି
ପଲିଥିନର ବ୍ୟବହାର ହେଉଛି। ଯାହା ପରବର୍ତ୍ତୀ ସମୟରେ କୁଢ କୁଢ ଆବର୍ଜନା ଗଦା ପାଲଟୁଛି। ସହରକୁ
ଆବର୍ଜନା ମୁକ୍ତ କରିବା ତଥା ସଠିକ୍ ପରିଚାଳନା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ହେଲେ ଅବସ୍ଥା ଯଥା ପୂର୍ବମ୍ ତଥା ପରମ୍। ଆଉ ଯାହାର ଭୟଙ୍କର ପରିଣାମ ଭୋଗୁଛନ୍ତି ନିରୀହ ପଶୁ।