ନ୍ୟୁଜ 365 (ବ୍ୟୁରୋ): ଫୁଲୁଛି ମହାନଦୀର ଜଳସ୍ଥର । ମହାନଦୀରେ ଆସୁଛି ବନ୍ୟା, ବାତିଲ ହେଲା ସରକାରୀ କର୍ମଚାରୀଙ୍କ ଛୁଟି । ତେବେ ମହାନଦୀର ସିଷ୍ଟମରେ ମଧ୍ୟମଧରଣର ବନ୍ୟା ହେବାନେଇ ଆଶଙ୍କା । ଲଗାଣ ବର୍ଷା ଯୋଗୁଁ ମହାନଦୀର ଶାଖା ନଦୀ ଗୁଡିକରେ ପାଣି ବଢ଼ିଥିବାବେଳେ ମହାନଦୀରେ ମଧ୍ୟ ପାଣି ବଢିଛି | ଦିନ ୩ଟା ସୁଦ୍ଧା ମୁଣ୍ଡଳୀରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ | ତଳମୁଣ୍ଡ ଜିଲ୍ଲାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ପହଞ୍ଚିଯିବ । ବନ୍ୟା ହେବାକୁ ଥିବାବେଳେ ୬ଟି ଜିଲ୍ଲାରେ ଏହାର ପ୍ରଭାବ ପଡିବ | ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା |
ତେବେ ଏହି ୬ଟି ଜିଲ୍ଲାରେ ଯେଭଳି ଉଦ୍ଧାର କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ସେଥିପାଇଁ ୮ଟି ଏନଡିଆରଏଫ ଟିମ, ୧୩ଟି ଓଡ୍ରାଫ ଟିମ ଓ ୬୨ଟି ଅତିରିକ୍ତ ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି |ତେବେ କେନ୍ଦ୍ରାପଡାରେ ୧୦ଟି, କଟକ ସଦରରେ ୧୦, ଆଠଗଡ଼ରେ ୮, ଜଗତସିଂହପୁରରେ ୯, ଖୋର୍ଦ୍ଧାରେ ୫, ନୟାଗଡରେ ୮ ଓ ପୁରୀରେ ୧୨ଟି ଅଗ୍ନିଶମ ଓ ଜରୁରୀକାଳୀନ ଟିମଙ୍କୁ ମୁତୟନ କରାଯାଇଛି | ନୟାଗଡ ବ୍ୟତୀତ ଅନ୍ୟ ୫ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି | ବନ୍ୟାକୁ ନେଇ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଜିଲ୍ଲାପାଳ ବାତିଲ କରିଛନ୍ତି |