ନ୍ୟୁଜ 365 (ବ୍ୟୁରୋ): କର୍କଟ ବା କ୍ୟାନ୍ସର ନା ସୁଣିଲେ ମନଭିତରେ ଏକ ଅଜଣା ଡର ବସା ବାନ୍ଧିଥାଏ । ଏହି ରୋଗ ହେଲେ ୯୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥାଏ । ‘ନ୍ୟୁୟର୍କର ରିପୋର୍ଟ ଅନୁସାରେ ଏଥର କର୍କଟ ରୋଗରୁ ମିଳିବ ଆଶ୍ବସ୍ତି । ହଁ ଆଜ୍ଞା ଆମେରିକାର ଗବେଷକମାନେ କରିଥିବା ନୂଆ ଔଷଧ କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମନରେ ଆଶା ସଞ୍ଚାର କରିଛି । ‘ଏଓଏଚ୍୧୯୯୬’ ନାମକ ଏହି ବଟିକା (ପିଲ୍ ବା ଟ୍ୟାବ୍ଲେଟ୍) ଟାଣ ହୋଇଯାଇଥିବା ସମସ୍ତ ‘କ୍ୟାନ୍ସର୍ ଟ୍ୟୁମର୍’କୁ ନଷ୍ଟ କରିଦେଉଥିବା ପରି ମନେହେଉଛି ବୋଲି ମଧ୍ୟ ବିଶେଷଜ୍ଞମାନେ କହୁଛନ୍ତି । ୨୦୦୫ରେ ନ୍ୟୁରୋବ୍ଲାଷ୍ଟୋମା ନାମକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ୯ ବର୍ଷୀୟ ବାଳିକା ଆନ୍ନା ଅଲିଭିଆ ହେଲିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଔଷଧର ଏପରି ନାମକରଣ କରାଯାଇଛି ।
୧୯୯୬ରେ ଇଣ୍ଡିଆନାରେ ତା’ର ଜନ୍ମ ହୋଇଥିଲା । ତେବେ ଆମେରିକାରେ ବର୍ଷକୁ ୬୦୦ ପିଲା ଏହି ପ୍ରକାରର କର୍କଟ ରୋଗରେ ପୀଡ଼ିତ ହୋଇଥାଆନ୍ତି । ‘ଆମେରିକାନ୍ କ୍ୟାନ୍ସର୍ ସୋସାଇଟି’ ମତରେ, ସ୍ନାୟୁ କୋଷିକାରେ ଅତି ପ୍ରାରମ୍ଭିକ ସମୟରୁ ‘ନ୍ୟୁରୋବ୍ଲାଷ୍ଟୋମା’ ସୃଷ୍ଟି ହୋଇଥାଏ। ତେଣୁ, ଭ୍ରୂଣରେ ବି ଏହାକୁ ଚିହ୍ନଟ କରିହୁଏ। ବୈଜ୍ଞାନିକଙ୍କ କହିବା ମୁତାବକ କାଲିଫର୍ଣ୍ଣିଆସ୍ଥିତ ‘ସିଟି ଅଫ୍ ହୋପ୍ ହସ୍ପିଟାଲ୍’ରେ ଏହି ଔଷଧର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଦୁଇ ଦଶନ୍ଧି ଗବେଷଣା ପରେ ‘ଏଓଏଚ୍୧୯୯୬’ ପ୍ରସ୍ତୁତ କରାଯାଇଛି। ‘କର୍କଟ ରୋଗାକ୍ରାନ୍ତ ଟ୍ୟୁମର୍’କୁ ତିଷ୍ଠି ରହିବାରେ ସାହାଯ୍ୟ କରୁଥିବା ରୂପାନ୍ତରିତ ‘ପିସିଏନ୍ଏ’କୁ ଏହି ଔଷଧ ନଷ୍ଟ କରିଦେଉଛି। ‘ପିସିଏନ୍ଏ’ କ୍ୟାନ୍ସର୍ ସେଲ୍ ମଧ୍ୟରେ ରହିଥାଏ।