ନ୍ୟୁଜ 365 (ବ୍ୟୁରୋ): ଆଜିଠାରୁ ଆରମ୍ଭ ଭାରତ- ଓ୍ବେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ସିରିଜ । ୫ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ ଖେଳାଯିବ । ତେବେ ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୮ଟାରୁ ଖେଳ ଆରମ୍ଭ ହେବା ନେଇ ସୂଚନା । ଟିମ୍ ଇଣ୍ଡିଆ ଟେଷ୍ଟ ଓ ଦିନିକିଆ ପରେ ଟି-ଟ୍ବେଣ୍ଟି ସିରିଜ କବଜା କରିବା ନେଇ ଲକ୍ଷ୍ୟ ରଖିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଶେଷ ଦିନିକିଆରେ ବିଶାଳ ସ୍କୋର କରି ବିଜୟ ଲାଭ କରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି ।
ତେବେ ଦଳର ଅଧିନାୟକ ରୋହିତ ଶର୍ମା ଓ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୟସ୍ବାଲ ଓ ତିଲକ ବର୍ମାଙ୍କୁ ଟି-ଟ୍ବେଣ୍ଟିରେ ସୁଯୋଗ ମିଳିଛି । ଭାରତ ବିରୋଧରେ ରଣନୀତି କରିଛି ଘରୋଇ ଟିମ୍ । ସେପଟେ ଦିନିକିଆ ସିରିଜ ପରାଜୟର ବଦଲା ନେବାକୁ ଜୋରଦାର ପ୍ରସ୍ତୁତି କରିଛି ଓ୍ୱେଷ୍ଟଇଣ୍ଡିଜ୍ ।