ନ୍ୟୁଜ୍ 365(ବ୍ୟୁରୋ): ମହାନଦୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ରାୟଗଡା ଜିଲ୍ଲା ଦେଇ ପ୍ରବାହିତ ହଉଥିବା ନାଗାବଳୀ ନଦୀ। ଏଣୁ ନଦୀ କୂଳିଆ ଲୋକଙ୍କ ଭିତରେ ଏବେଠୁ ଛନକା ପଶିଲାଣି। ନାନା ଭୟ ଓ ଶଙ୍କା ଭିତରେ ଅଛନ୍ତି ଲୋକେ। ନଦୀର ସ୍ରୋତ ଧିରେ ଧିରେ ବଢିବା ଯୋଗୁଁ ମାରିଗୁଡା ସମେତ କିଛି ଗ୍ରାମ ପ୍ରତି ଏବେ ବିପଦ ଦେଖାଦେଇଛି । ନଦୀର ସ୍ରୋତରେ ମାଟି ଅତଡା ଖସି ଗାଁ ମୁହାଁ ହେବାରେ ଲାଗିଛି ।
ଅନେକ ଚାଷ ଜମି ନଷ୍ଟ ହୋଇଯାଇଥିବା ବେଳେ ଲୋକେ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେଣି । ଦୀର୍ଘ ୨ ଦଶନ୍ଧି ହବ ନଦୀର ଗର୍ଭରେ ଅନେକ ଚାଷ ଜମି ମିଶିଯାଇଥିବା ବେଳେ ଲୋକେ ଏବେ ଦିଗହରା ହୋଇପଡିଛନ୍ତି ।