ନ୍ୟୁଜ୍ 365(ବ୍ୟୁରୋ): କେନ୍ଦୁଝର ଜୁଡିଆ ଘାଟିରେ ଆଜି ପୁଣି ହୋଇଛି ଭୂସ୍ଖଳନ। ପାହାଡରୁ ଖସୁଛି ଟନ ଟନ ଓଜନର ପଥର । ପଥର ଖସି କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ବନ୍ଦ ହୋଇଯାଇଛି । ଏତେ ବଡ଼ ବଡ ପଥର ଖସୁଛି ଯେ ଯାହାକୁ ଉଠାଇବା ସହଜ ହେଉନାହିଁ । ଫଳରେ ଘଣ୍ଟାଏରୁ ଅଧିକ ସମୟ ଧରି ରାସ୍ତା ବନ୍ଦ ରହିଥିବା ବେଳେ ଶହ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି ।
ସେହିପରି ଲଗାଣ ବର୍ଷା ଯୋଗୁଁ ଗତକାଲି ବି ଭୁଶୁଡ଼ିଥିଲା ଜୁଡ଼ିଆ ଘାଟି । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । କଲିକତା-ମୁମ୍ବାଇ ଜାତୀୟ ରାଜପଥ ଉପରେ ଜୁଡ଼ିଆ ଘଟି ପାହାଡ଼ ଉପରୁ ବଡ଼ ବଡ଼ ପଥର ଖଣ୍ଡ ପଡ଼ି ରୋଡ ବ୍ଲକ ରହିଥିଲା। ପରେ ପ୍ରଶାସନ ପକ୍ଷରୁ ସେସବୁ ସଫା ହୋଇଥିଲା।