ନ୍ୟୁଜ 365 (ବ୍ୟୁରୋ): ୯ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ । ମୁମ୍ବାଇରେ ବେଆଇନ ଭାବେ ରହୁଥିବା ୯ ଜଣ ବାଂଲାଦେଶୀ ନାଗରିକଙ୍କୁ ମହାରାଷ୍ଟ୍ର ଏଟିଏସ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଏଟିଏସ ମୁମ୍ବାଇ ଏବଂ ନାଭି ମୁମ୍ବାଇରେ ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ବେଆଇନ ଭାବେ ରହୁଥିବା ବାଂଲାଦେଶି ମାନଙ୍କୁ ଗିରଫ କରିଛି । ବିନା ଦସ୍ତାବିଜରେ ଦେଶରେ ରହୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏଟିଏସ। ତେବେ ବେଆଇନ ଭାବେ ଅନୁପ୍ରବେଶ କରି ବାଂଲାଦେଶୀ ମାନେ ଦେଶରେ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ୨୦୨୨ ମସିହାରେ ନାଭି ମୁମ୍ବାଇର ଏକ ବଳାତ୍କାର ମାମଲାରେ ୨ ବାଂଲାଦେଶୀ ନାଗରିକ ଅଭିଯୁକ୍ତ ଥିଲେ । ତେବେ ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।