ନ୍ୟୁଜ୍ 365(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ପଦବୀରୁ ଆଜି ଅବସର ନେଲେ ଅବସରପ୍ରାପ୍ତ ଆଇପିଏସ୍ ସତ୍ୟଜିତ୍ ମହାନ୍ତି । ସେ ୨୦୨୧ ମାର୍ଚ୍ଚ ୧ ତାରିଖରେ ଆୟୋଗର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଓପିଏସସି ସଦସ୍ୟ ସନତ କୁମାର ମହାନ୍ତିଙ୍କୁ ଓପିଏସସିର ଇନଚାର୍ଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି କରାଯାଇଛି।
ସନତ କୁମାର ମହାନ୍ତି ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୩ତାରିଖରୁ ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ରହିବେ । ଏବେ ଆୟୋଗରେ ସନତ ମହାନ୍ତିଙ୍କ ସମେତ ଅନ୍ୟ ୪ଜଣ ସଦସ୍ୟ – ଡଃ ସରିତା ସୁପକାର, ଶ୍ୟାମଭକ୍ତ ମିଶ୍ର, ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଗୌରାଙ୍ଗ ଚରଣ ସାହୁ କାର୍ଯ୍ୟ କରୁଛନ୍ତି ।