ନ୍ୟୁଜ 365(ବ୍ୟୁରୋ):ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ । ଟେଷ୍ଟ ଦିନିକିଆ ପରେ ଟି-୨୦ ସିରିଜ୍ ଲକ୍ଷ୍ୟରେ ରହିଛି ହାର୍ଦ୍ଦିକ ବାହିନୀ। ଏହି ମ୍ୟାଚରେ ମିଡିଲ ଅର୍ଡରକୁ ମଜବୁତ କରିବାକୁ ଡେବ୍ୟୁ କରିପାରନ୍ତି ବାମହାତୀ ବ୍ୟାଟର ତିଲକ୍ ବର୍ମା। ସେହିପରି ଟେଷ୍ଟ ଓ ଆଇପିଏଲ ଶତକ ମାରି ଚର୍ଚ୍ଚାରେ ରହିଥିବା ଯଶସ୍ବୀ, ଈଶାନ କିଶନ, ଶୁବମନ ଗିଲ୍, ମୁକେଶ କୁମାରଙ୍କ ଭଳି ନବାଗତଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ତାଙ୍କ ବ୍ୟାଟରୁ ଛକା,ଚୌକା ସହ ଶତକୀୟ ଇନିଂସ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। ଭାରତ ତରୌବାର ବ୍ରାଏନ୍ ଲାରା ଷ୍ଟାଡିୟମ୍ରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବା ପରେ ପରବର୍ତ୍ତୀ ଦୁଇ ମ୍ୟାଚ୍ ଗାଏନାରେ ଏବଂ ଶେଷ ଦୁଇ ମ୍ୟାଚ୍ ଆମେରିକାର ଫ୍ଲୋରିଡ଼ାରେ ଅନୁଷ୍ଠିତ ହେବ। ରୋହିତ ଶର୍ମା, ବିରାଟ କୋହଲିଙ୍କ ବିନା ଭାରତ ମଇଦାନରୁ ଓହ୍ଲାଇଛି,ଦଳର ମଙ୍ଗ ଧରିଛନ୍ତି ପାଣ୍ଡିଆ। ଦିନିକିଆରେ ଫର୍ମରେ ଥିବା ସଞ୍ଜୁ ସାମସନ୍,ଟି-୨୦ରେ ଜଲୱା ଦେଖିବାକୁ ଫ୍ୟାନ୍ ଚାହିଁ ରହିଛନ୍ତି। ବିଶ୍ବକପ ପୂର୍ବରୁ ଭାରତ କରୁଛି ପରୀକ୍ଷା ନିରୀକ୍ଷା।