ନ୍ୟୁଜ 365 (ବ୍ୟୁରୋ): ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ମହାନଦୀରେ ବଢୁଛି ବନ୍ୟାଜଳ । ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ମହାନଦୀରେ ପ୍ରବେଶ କରିବ ୮ ଲକ୍ଷ କ୍ୟୁସେକ ପାଣି । ତେବେ କଟକ ମହାନଦୀ ସିଷ୍ଟମରେ ଛୋଟରୁ ମଧରଣର ବନ୍ୟା ପରରୁସ୍ଥିତି ଆସିପାରେ । ମହାନଦୀରେ ପାଣି ବଢୁଥିବାବେଳେ ଏସଆରସିଙ୍କ ପକ୍ଷରୁ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଦୁର୍ବଳ ନଦୀବନ୍ଧ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | ସେହିପରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପ୍ରମୁଖ ନଦୀ ସହ ଶାଖା ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । |ଏଭଳି ପରିସ୍ଏତିତିକୁ ଦୃଷ୍ସଟିରେ ରଖକି ଆରସିଙ୍କ ପକ୍ଷରୁ ୧୫ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି |
ଭଦ୍ରକ, ଯାଜପୁର, ସମ୍ବଲପୁର, କେଉଁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡା | ଏହି ସବୁ ଜିଲ୍ଲାରେ ୮ଟି ଏନଡିଆରଏଫ ଟିମ, ୧୩ଟି ଓଡ୍ରାଫ ଟିମ ଓ ୨୩ଟି ଅତିରିକ୍ତ ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି |ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ମହାନଦୀରେ ବଢୁଛି ବନ୍ୟାଜଳ ପ୍ରବାହ। କଟକ ମୁଣ୍ଡୁଳିଠାରେ ଜଳସ୍ତର ବଢ଼ୁଥିବାରୁ ମହାନଦୀ ସିଷ୍ଟମରେ ଛୋଟ ଧରଣର ବନ୍ୟା ସମ୍ଭାବନା ଥିବା ନେଇ ଅନୁମାନ କରାଯାଇଛି। ବନ୍ୟା ସ୍ଥିତି ମୁକାବିଲା ପାଇଁ ଆଜି ସକାଳୁ SRC ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ବନ୍ୟା ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।
କଟକ ମହାନଦୀ ମୁଣ୍ଡଳିଠାରେ ସକାଳୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉପର ସ୍ରୋତରେ ଜଳସ୍ତର ୯୨ ଫୁଟ ଥିବାବେଳେ ତଳସ୍ତରରେ ୮୮ ଫୁଟ ରହିଛି । ତେବେ ଦିନ୧୨ଟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ। ଯାହା ଚିନ୍ତାର ମୁଳକାରଣ । ବନ୍ୟା ଜଳ ପ୍ରବାହକୁ ଦୃଷ୍ଟିରେ ରଖି SRCଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା । ନୟାଗଡ଼ ଓ କଟକରେ ବନ ଜଳ ଅଧିକ କ୍ଷତି ଘଟାଇବା ଆଶଙ୍କା ଥିବାରୁ ଏହି ୨ ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଛି।