ନ୍ୟୁଜ 365 (ବ୍ୟୁରୋ): ଔଷଧ ଉପରେ ଲାଗିବ କ୍ୟୁଆର କୋଡ୍ । ଏଣିକି ଔଷଧରେ ମଧ୍ୟ କ୍ୟୁଆର କୋଡ୍ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାର ନକଲି ଔଷଧରେ ଲାଗିବ ଲଗାମ ଲଗାଇବାକୁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନକଲି ଔଷଧକୁ ଚିହ୍ନଟ କରିବା ପାଇଁ ଔଷଧ ଉପରେ କ୍ୟୁଆର କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ୩୦୦ ଫାର୍ମା କମ୍ପାନୀକୁ ଅଗଷ୍ଟ ୧ରୁ କ୍ୟୁଆର କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି।
ନିର୍ଦ୍ଦେଶ ଅନୁଯାୟୀ, ଦେଶର ଶ୍ରେଷ୍ଠ ୩୦୦ ଔଷଧ ବ୍ରାଣ୍ଡକୁ ସେମାନଙ୍କ ଔଷଧ ଉପରେ କ୍ୟୁଆର କୋଡ ଲଗାଇବାକୁ ହେବ। ଏହାଦ୍ୱାରା ଜଣେ ଗ୍ରାହକ କ୍ୟୁଆର କୋଡକୁ ସ୍କାନ କଲେ ସେହି ମେଡିସିନ ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିପାରିବେ । ତେବେ ଅଗଷ୍ଟ ୧ରୁ ଏହି ନିୟମ ଲାଗୁ କରାଯାଇଛି । ୟୁନିକ ପ୍ରଡକ୍ଟ ଆଇଡେଣ୍ଟିଫିକେସନ କୋଡ ଦ୍ୱାରା ଔଷଧର ଜେନେରିକ ନାମ, ବ୍ରାଣ୍ଡ ନାମ, ଉତ୍ପାଦକଙ୍କ ନାମ, ଔଷଧ ଉତ୍ପାଦନ ତାରିଖ ସହିତ ଏହାର ଏକ୍ସପାଏରୀ ଡେଟ ଏବଂ ଔଷଧ ଉତ୍ପାଦନକାରୀ କମ୍ପାନୀର ଲାଇସେନ୍ସ ନମ୍ବର ମଧ୍ୟ ଜାଣିହେବ। ଡିସିଜିଆଇର ନିର୍ଦ୍ଦେଶ ନ ମାନିଲେ, ଔଷଧ କମ୍ପାନୀକୁ ଜରିମାନା ଭରିବାକୁ ପଡିବ।