ନ୍ୟୁଜ 365 (ବ୍ୟୁରୋ) ବର୍ଷକ ୧୨ ମାସ ଓ ୬ ଋତୁ, ଏହି ୬ ଋତୁ ମଧ୍ୟରେ ଅଧିକ ଲୋକେ ବର୍ଷା ଋତୁକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଏହି ଋତୁ ଯେତିକି ଭଲ ସେତିକି ଚିନ୍ତା ଜନକ ମଧ୍ୟ ହୋଇଥାଏ । କାରଣ ଯେବେ ଯେବେ ଋତୁ ବଦଳି ଥାଏ ତେବେ ଆମ ଶରୀରେ ଇମ୍ୟୁନିଟିପାଓ୍ବା ବି ଦୁର୍ବଳ ହୋଇଥାଏ । ତେଣୁ ଏହି ସମୟରେ ରୋଗାଗ୍ରସ୍ଥ ହେବାର ଆଶଙ୍କା ଅଧିକ ରହିଥାଏ । ତେଣୁ ଏହି ସମୟରେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନଦେବାର ମଧ୍ୟ ଆବଶ୍ୟକତା ରହିଛି । ତେବେ କେଉଁ ଜିନିଷ ଖାଇବା ଦ୍ବାରା ରୋଗ ଠାରୁ ଦୂରେଇ ରହିପାରିବେ ? ତୁଳସୀ ଆର୍ୟୁବେଦିକ ଜଡି-ବୁଟୀ ଭାବରେ ଜଣାଶୁଣା ତୁଳସୀ ପତ୍ର ରୋଗ ଭଲକରେ କେବଳ ତାହା ନୁହେଁ ବରଂ ଏହାକୁ ଖାଇବା ଦ୍ବାରା ଶରୀରରେ ଇମ୍ୟୁନିଟିପାଓ୍ବାର ମଧ୍ୟ ବୃଦ୍ଧି ପାଇଥାଏ ।
ତୁଳସୀ ପତ୍ରକୁ ଆପଣ କୌଣସି ପ୍ରକାରେ ଖାଇପାରିବେ । ଯଦି ଆପଣ ଚା ପିଅନ୍ତି ତେବେ ଏହି ପତ୍ରକୁ ଚାରେ ପକେଇ ପିଇ ପାରିବେ, ସୁପ ବନେଇ ମଧ୍ୟ ପିଇ ପାରିବେ ନଚେତ ଆପଣ ଏହି ପତ୍ରକୁ ଖାଲି ମଧ୍ୟ ଖାଇପାରିବେ । ତେବେ ଯଦି ଆପଣ ତୁଳସୀ ପତ୍ରରୁ କିଛି ଏବଂ ମହୁ ମିଶାଇ ପିଇଲେ ଥଣ୍ଡା, ଜ୍ବର, କାଶ ପାଇଁ ଏହା ରାମବାଣ ପରି କାମ କରିବ । ତେବେ ବର୍ଷା ଋତୁରେ ଥଣ୍ଡା, ଜ୍ବର, କାଶ ଅଧିକ ପରିମାଣରେ ବ୍ୟାପିଥାଏ । ତେଣୁ ଆପଣ ଏହାକୁ ଖାଇଲେ ସୁସ୍ଥ ରହିପାରିବେ ।