ନ୍ୟୁଜ 365 (ବ୍ୟୁରୋ): ନାକେଦମ୍ କଲାଣି ରାଜ୍ୟରେ ବର୍ଷାର ପରିସ୍ଥିତି । ଚାଷ ପାଇଁ ସାମାନ୍ୟ ଆସ୍ବସ୍ଥି ରହିଥିବା ବେଳେ ଅଧିକ ବେଗରେ ପବନ, ବର୍ଷା ଚାଷୀକୁ ହେବ କ୍ଷତି । ଏଣେ ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା । ଗଜପତି ଜିଲ୍ଲା କାଶୀନଗରଠାରେ ବଂଶଧାରା ନଦୀ ରହିଛି ବିପଦ ସଂକେତ ୫୪.୬୦ ମିଟର । ତେବେ ବର୍ତ୍ତମାନ ୫୪.୯୦ ମିଟର ରହିଛି ଜଳସ୍ତର। ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି । ଏଥିସହ ଆନ୍ଧ୍ର ୧୭ଟି ଗେଟ୍ ଖୋଲି ବନ୍ୟା ଜଳ ନିଷ୍କାସନ କରୁଥିବାରୁ ଜଳସ୍ତର ଆହୁରି ବୃଦ୍ଧି ପାଇବାରେ ଲାଗିଛି ।
ବର୍ଷା ଅଧିକ୍ ହେଲେ ତଳିଆ ଅଞ୍ଚଳରେ ପାଣି ପଶିବା ନେଇ ଏବେଠୁଁ ଲୋକେ ଆତଙ୍କିତ । ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥକିବା ବେଳେ, ନଦୀର ତଳ ମୁଣ୍ଡରେ ଅର୍ଥାତ୍ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଗୋଟାଵେରଜଠାରେ ୧୭ଟି ଗେଟ୍ ଖୋଲା ଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ତେବେ ବର୍ତ୍ତମାନ ବ୍ୟାରେଜ ଦେଇ ୪୨,୯୩୭କ୍ୟୁସେକ ଜଳ ପ୍ରବାହିତ ହେଉଛି ।