ନ୍ୟୁଜ 365 (ବ୍ୟୁରୋ): ମଙ୍ଗଳବାର ଲୋକସଭାରେ ଘଟିଥିବା ଘଟଣାକୁ ନେଇ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାକୁ ନେଇ ବାଚସ୍ପତି ଓମ ବିର୍ଲା ସଂସଦ ଗୃହରେ ଥାଇ ମଧ୍ୟ ତାଙ୍କ ଆସନରେ ବସି ନାହାଁନ୍ତି। ଗୃହରେ ଶୃଙ୍ଖଳା ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ସେ ବାଚସ୍ପତିଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସିବେ ନାହିଁ ବୋଲି ବାଚସ୍ପତି ଓମ ବିର୍ଲା କହିଛନ୍ତି। ବାଚସ୍ପତି ବିର୍ଲା କହିଛନ୍ତି ଯେ ତାଙ୍କ ପାଇଁ ଗୃହର ସମ୍ମାନ ସର୍ବୋଚ୍ଚ ହୋଇଥିବାବେଳେ ସଂସଦରେ ଶୃଙ୍ଖଳା ବଜାୟ ରଖିବା ସମସ୍ତଙ୍କ ସାମୂହିକ ଦାୟିତ୍ୱ। ଗୃହରେ କିଛି ସଦସ୍ୟଙ୍କ ଆଚରଣ ଗୃହର ପରମ୍ପରା ବିରୁଦ୍ଧରେ ବୋଲି କହିଛନ୍ତି ବାଚସ୍ପତି ।
ସୂଚନା ଅନୁସାରେ, ମଙ୍ଗଳବାର ଲୋକସଭାରେ ବିରୋଧୀ ଦଳର ସଦସ୍ୟମାନେ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ବାଚସ୍ପତିଙ୍କ ଆସନ ଆଡ଼କୁ ମଧ୍ୟ ପାମ୍ପଲେଟ୍ ମଧ୍ୟ ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ବାଚସ୍ପତି ଓମ୍ ବିର୍ଲା ବହୁତ ରାଗିଛନ୍ତି । ଘଟଣାରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବ ନାହିଁ। ଦଳର ସଦସ୍ୟ ତଥା ବିରୋଧୀ ଦଳର ସମସ୍ୟଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ଲୋକସଭା ବାଚସ୍ପତି ତାଙ୍କର ଏହି ନିଷ୍ପତ୍ତି ବିଷୟରେ କହିଛନ୍ତି।