ନ୍ୟୁଜ 365 (ବ୍ୟୁରୋ): ଆଖି ବୁଜିଲା ଆଉ ଏକ ଚିତା । ଦେଶରେ ଚିତାବାଘଙ୍କ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ । ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ ଚିତାର ନାଁ ଧାତ୍ରୀ ଓ ସେ ଏକ ବାଘୁଣୀ ହୋଇଥିବା କୁହାଯାଉଛି । ମୃତ୍ୟୁ ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । କିଛି ଦିନ ତଳେ କୁନୋ ଜାତୀୟ ଉଦ୍ୟାନରେ ୬ଟି ଚିତା ଏବଂ ତିନି ଶାବକଙ୍କର ମୃତ୍ୟୁ ଘଟିଥିଲା। ତେବେ ଦିନକୁ ଦିନ ବଢୁଥିବା ଚିତା ବାଘଙ୍କ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଛି ।