ନ୍ୟୁଜ 365 (ବ୍ୟୁରୋ): ଆପଣ ଜାଣନ୍ତି କି ମହିଳା ମାନେ ବ୍ୟବହାର କରୁଥିବା କସମେଟିକ୍ସ ଆଇଟମ୍ କେତେ ମାତ୍ରାରେ ବିକ୍ରି ହେଉଛି ? ଗତ ୬ ମାସ ଭିତରେ ପୁରା ଦେଶରେ ୫୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି । ୧୦ କୋଟି କସ୍ମେଟିକ୍ସ ଆଇଟମ୍ ବିକ୍ରି ହୋଇଛି । ଏଥିରେ ରହିଛି ଲିପ୍ଷ୍ଟିକ୍, ନେଲ୍ ପଲିସ୍ ଏବଂ ଆଇଲାଇନର ସମେତ ଅନ୍ୟାନ୍ୟ ପ୍ରଡକ୍ଟ । ୧୦ ପ୍ରମୁଖ ସହରରେ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି । ଏହି ବିଉଟି ପ୍ରଡ଼କ୍ଟଗୁଡିକରେ ଗ୍ରାହକ ୫,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଉତ୍ପାଦଗୁଡ଼ିକ ମଧ୍ୟରୁ ୪୦% ଅନ୍ଲାଇନ୍ରେ କିଣାଯାଇଥିବା ୱାର୍ଲଡପ୍ୟାନେଲ୍ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟର ପ୍ରକାଶ କରିଛି ।
ଉଭୟ ଅନଲାଇନ୍ ଏବଂ ଅଫ୍ଲାଇନ୍ରେ କସ୍ମେଟିକ୍ସ କିଣୁଥିବା ଅଧିକାଂଶ ମହିଳା ହେଉଛନ୍ତି କର୍ମଜୀବୀ । ହାରାହାରି ଗ୍ରାହକ କରୁଥିବା ବ୍ୟୟ ତୁଳନାରେ କର୍ମଜୀବୀ ମହିଳା ୧.୬ ଗୁଣା ଅଧିକ ବ୍ୟୟ କରୁଥିବା ରିପୋର୍ଟରୁ ଜଣା ପଡିଛି ।ତେବେ ଏସିଆ ବିଶ୍ୱର ବିଉଟି ସେଣ୍ଟର ପାଲଟିଛି । ଅନ୍ୟପକ୍ଷରେ, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ରଗୁଡ଼ିକ ସମଗ୍ର ବିଶ୍ୱରେ ବିଉଟି ଟ୍ରେଣ୍ଡ୍ ଉପସ୍ଥାପନ କରିଥିବା ସେ କହିଛନ୍ତି । ସହରାଞ୍ଚଳର ଦ୍ରୁତ ବିକାଶ ଏବଂ ଅନ୍ଲାଇନ୍ ଚ୍ୟାନେଲଗୁଡ଼ିକର ପ୍ରସାର ଫଳରେ ଭାରତରେ କସ୍ମେଟିକ୍ସ ଶିଳ୍ପ ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ରାମକ୍ରିଷ୍ଣନ୍ ପ୍ରକାଶ କରିଛନ୍ତି ।