ନ୍ୟୁଜ 365 (ବ୍ୟୁରୋ): ଚଳିତ ଆର୍ଥିକ ବର୍ଷର ଜୁଲାଇ ସୁଦ୍ଧା ଜିଏସଟି ସଂଗ୍ରହ ୭୨୨୫.୨୫ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ୧୯.୨୬ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ନେଇ ସୂଚନା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନର ସଞ୍ଜୟ କୁମାର ସିଂ । ତେବେ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ରାଜ୍ୟକୁ ମିଳିବାକୁ ଥିବା ଅର୍ଥରାଶି ୭୨୨୫.୨୫ କୋଟି ଟଙ୍କା ପହଞ୍ଚିଛି । ତେବେ ୨୦୨୨ ମସିହା ଜୁଲାଇ ମାସ ସୁଦ୍ଧା ଏ କ୍ଷେତ୍ରରେ ହୋଇଥିବା ୬୦୫୮.୨୭ କୋଟି ଟଙ୍କାର ପରିମାଣ ତୁଳନାରେ ୧୯.୨୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଯାହା ଆଶା ଯୋଗ୍ୟ ରହିଥିଲା ।
୨୦୨୩ ମସିହା ଜୁଲାଇ ମାସରେ ଏ ବାବଦରେ ୧୭୧୬.୪୯ କୋଟି ଏ ବାବଦରେ ୧୭୧୬.୪୯ କୋଟି ଟଙ୍କା ସଂଗୃହୀତ ହୋଇଛି । ଅପରପକ୍ଷରେ ରାଜ୍ୟ ଜିଏସଟି ବାବଦକୁ ଓଡ଼ିଶାରେ ୨୦୨୩ ମସିହା ଜୁଲାଇ ମାସରେ ୧୩୦୦.୩୩ କୋଟି ଟଙ୍କା ସଂଗୃହୀତ ହୋଇଥିବା ବେଳେ, ୨୦୨୨ ମସିହା ଜୁଲାଇ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୧୧୨.୬୬ କୋଟି ଟଙ୍କାରେ ରହିଥିଲା ।ତେବେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୬.୮୭ ପ୍ରତିଶତ । ଜୁଲାଇ ମାସ ଶେଷ ସୁଦ୍ଧା ମୋଟ ରାଜ୍ୟ ଜିଏସଟି ସଂଗ୍ରହକୁ ବିଚାରକୁ ନିଆଯାଏ ତେବେ ଦେଖାଯିବ ଯେ, ଏହି ଅବଧି ମଧ୍ୟରେ ୫୫୧୧.୬୯ କୋଟି ଟଙ୍କା ରାଜ୍ୟ ଜିଏସଟି ସଂଗୃହୀତ ହୋଇଛି । ଯାହା ଆଶା ଜନକ ରହିଛି ।