ନ୍ୟୁଜ୍ 365(ବ୍ୟୁରୋ): ବହୁ ଚର୍ଚ୍ଚିତ ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି । ତଦନ୍ତରେ ସହଯୋଗ କରିବା ସହ ମାମଲାକୁ ନେଇ ବାହାରେ ସେ କିଛି ପ୍ରତିକ୍ରିୟା ରଖିପାରିବେନି ବୋଲି ସର୍ତ୍ତ ରଖାଯାଇଛି ।
ଏପଟେ କିଛିଦିନ ତଳେ ଲେଡି-ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ଜାମିନ ବିହୀନ ଗିରଫ ଫରୱାନା(ଏନବିଡବ୍ଲ୍ୟୁ) ଜାରି କରିଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟ। ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ହେଉ ନଥିବାରୁ କୋର୍ଟ ଏହି ଏନ୍ବିଡବ୍ଲୁ ଜାରି କରିଛନ୍ତି। କୋର୍ଟରେ ହାଜର ହେବା ପାଇଁ ଜାନୁଆରି ୧୩ ତାରିଖରୁ ଶ୍ରଦ୍ଧାଞ୍ଜଳିଙ୍କୁ ୧୨ଥର ନିର୍ଦ୍ଦେଶ ମିଳିଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ। ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନପାରିବା ଓ ଆଗୁଆ ଜାମିନ ପାଇଁ ଶ୍ରଦ୍ଧାଞ୍ଜଳି ପୂର୍ବରୁ ହାଇକୋର୍ଟରେ ଆବେଦନ କରିଥିଲେ ହେଁ ତାହା ଖାରଜ ହୋଇଥିଲା।