ନ୍ୟୁଜ୍ 365(ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଏହି କ୍ରମରେ ବଲାଙ୍ଗୀରର ଆରାଧ୍ୟ ଦେବୀ ପାଟଣେଶ୍ୱରୀ ମନ୍ଦିରରେ ବର୍ଷା ପାଣି ପଶିଛି। ଏମିତିକି ବର୍ଷା ପାଣିରେ ମାଆଙ୍କ ମୂର୍ତ୍ତି ଅଧା ବୁଡ଼ି ଯାଇଛି । ପୂର୍ବରୁ ମଧ୍ୟ ଅତ୍ୟଧିକ ବର୍ଷା ହେଲେ ମନ୍ଦିର ଭିତରେ ପାଣି ପଶିଯାଏ । ରାସ୍ତାରୁ ମନ୍ଦିରର ଉଚ୍ଚତା କମ୍ ଥିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୁଏ । ସେହିପରି ପୁରାତନ ଗୋପାଳଜୀ ମନ୍ଦିର ପରିସରରେ ପାଣି ଭରି ରହିଛି ।
ବଲାଙ୍ଗୀରରେ ଗତକାଲିଠୁ ବର୍ଷା କମିବାର ନାଁ ନେଉ ନ ଥିବା ବେଳେ ଏସଆରସିଙ୍କ ତରଫରୁ ବଲାଙ୍ଗୀରକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।