ନ୍ୟୁଜ 365 (ବ୍ୟୁରୋ): ଆଉ ନାହାନ୍ତି ହିନ୍ଦୀ ସିନେମା ଜଗତର ଲୋକପ୍ରିୟ କଳା ନିର୍ଦ୍ଦେଶକ ନିତୀନ ଦେଶାଇ । ଆଜି ସକାଳୁ ସକାଳୁ ନିତୀନ ଆତ୍ମହତ୍ୟା କରି ଜୀବନ ହାରିଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେପଟେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଏନ.ଡି ଷ୍ଟୁଡିଓରେ ନିତୀନଙ୍କ ମୃତ୍ୟୁ ହୋଇଛି ।
ତେବେ ଖବର ପାଇଁ ଘଟଣା ସ୍ଥଳରେ ପୋଲିସ କହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସେ ବାସ୍ତବରେ ଆତ୍ମହତ୍ୟା କରିଛନ୍ତି ନା କିଏ ହତ୍ୟା କରିଛି ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ସ୍ପଷ୍ଟ କରିନି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
କରଜତ ବିଧାୟକ ମହେଶ ବାଲଡି ନିତୀନ ଦେଶାଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଥିଲେ । ସେ କହିଛନ୍ତି- ନିତୀନ ଦେଶାଇ ମୋ ନିର୍ବାଚନ ମଣ୍ଡଳୀର ଲୋକ ଥିଲେ । ସେ ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ । ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ସେ ବୁଧବାର ସକାଳେ ଏନଡି ଷ୍ଟୁଡିଓରେ ଆତ୍ମହତ୍ୟା କରିଥାଇପାରନ୍ତି ।