ନ୍ୟୁଜ୍ 365(ବ୍ୟୁରୋ): ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା । ବନ୍ୟା ସ୍ଥିତି ଉପୁଜିଥିବାରୁି ୧୭ଟି ଗେଟ୍ ଖୋଲି ବନ୍ୟା ଜଳ ନିଷ୍କାସନ କରୁଛି ଆନ୍ଧ୍ର। ଫଳରେ ଫୁଲୁଛି ବଂଶଧାରା । ବର୍ତ୍ତମାନ ବ୍ୟାରେଜ ଦେଇ ୪୨,୯୩୭କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳ ପରିଚାଳନା ଉପରେ ଗଜପତି ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆନ୍ଧ୍ର ପ୍ରଶାସନ ସାଇରନ ମାଧ୍ୟମ ବ୍ୟାରେଜରେ ପ୍ରଥମ ବନ୍ୟା ଜଳ ଛାଡି ଥିବା ବେଳେ ତଳିଆ ଗାଁ ଗୁଡ଼ିକୁ ଏନେଇ ସତର୍କ ସୂଚନା ଦେଇଛନ୍ତି।
ଏପଟେ ଗଜପତି ଜିଲ୍ଲା କାଶୀନଗରଠାରେ ବଂଶଧାରା ନଦୀର ବିପଦ ସଂକେତ ୫୪.୬୦ମିଟର ରହିଥିବା ବେଳେ ବର୍ତ୍ତମାନ ୫୪.୯୦ ମିଟର ରହିଛି ଜଳସ୍ତର। ତେବେ ଅଧିକ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗୋଟେପଟେ ଲଗାଣ ବର୍ଷା ହେତୁ କଲବଲ ହେଉଛନ୍ତି ରାଜ୍ୟବାସୀ। କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ କେଉଁଠି ଘାଇ ସୃଷ୍ଟି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ସେପଟେ ୧୭ଟି ଗେଟ୍ ଖୋଲି ବନ୍ୟା ଜଳ ନିଷ୍କାସନ କରୁଛି ଆନ୍ଧ୍ର। ଏପରି ସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଆବଶ୍ୟକ ସ୍ଥଳରେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ କୁହାଯାଇଛି।