ନ୍ୟୁଜ୍ 365(ବ୍ୟୁରୋ): ପାହାଡ଼ ଉପରୁ ପଥର ଖସି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ମାଲବାହୀ ଟ୍ରେନ। ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ଅନୁଗୋଳ ବଇଣ୍ଡାଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି। ପାହାଡ଼ରୁ ପଥର ଖସି ଟ୍ରାକରେ ପଡିଥିବା ବେଳେ ଏହା ଉପରେ ମାଲବାହୀ ଟ୍ରେନର ଇଞ୍ଜିନ ଚଢିଯାଇଥିଲା। ଫଳରେ ଟ୍ରାକରୁ ଚକ ଖସି ଇଞ୍ଜିନ ଲାଇନଚ୍ୟୁତ ହୋଇଛି।
ତେବେ ଘଟଣାରେ ରେଲୱେ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି। ଘଟଣାସ୍ଥଳରେ ରେଲୱେ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।