ନ୍ୟୁଜ 365 (ବ୍ୟୁରୋ): ଗତ କାଲି ଠାରୁ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ସ୍ଥିତି ହେଉଛି ସଂଙ୍ଗୀନ ।ଏହି ଅବପାତର ପ୍ରଭାବରେ ମଙ୍ଗଳବାର ଠାରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ତେବେ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାଇ ଅଜି ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ । ତେବେ ଉପକୂଳବର୍ତ୍ତୀ ବାଂଲାଦେଶ ଏବଂ ଆଖପାଖ ଅଞ୍ଚଳ ଉପରେ ଥିବା ଗଭୀର ଅବପାତ ଘଣ୍ଟାପ୍ରତି ୯ କିଲୋମିଟର୍ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ମଙ୍ଗଳବାର ରାତି ୧୧.୩୦ ସୁଦ୍ଧା ଉପକୂଳବର୍ତ୍ତୀ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ନିକଟରେ କେନ୍ଦ୍ରୀଭୂତ ହୋଇଛି।ସ୍ଥଳଭାଗରୁ ଦେଖିଲେ ଏହା ବଂଲାଦେଶର ଉତ୍ତରପଶ୍ଚିମକୁ ୬୦ କିଲୋମିଟର୍, ପଶ୍ଚିମବଙ୍ଗର ଦିଘାର ପୂର୍ବ-ଉତ୍ତରପୂର୍ବକୁ ୧୬୦ କିଲୋମିଟର୍ ଏବଂ କୋଲ୍କାତାର ପୂର୍ବ-ଉତ୍ତରପୂର୍ବକୁ ୭୦ କିଲୋମିଟର୍ ଦୂରରେ ରହିଛି ।
ତେବେ ଏହି ଅବପାତ ତୀବ୍ରତା ବଜାୟ ରଖିବା ସହିତ ଗଭୀର ଅବପାତ ବୁଧବାର ସୁଦ୍ଧା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟା ଧରି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ଝାଡ଼ଖଣ୍ଡକୁ କ୍ରମଶଃ ଲଘୁଚାପରେ ପରିଣିତ ହୋଇ ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ ପାଲଟିବାର ସମ୍ଭାବନା ରହିଛି ।