ନ୍ୟୁଜ୍ 365(ବ୍ୟୁରୋ):ଲଗାଣ ବର୍ଷା ଭୁଶୁଡ଼ିଲା କେନ୍ଦୁଝର ଜୁଡ଼ିଆ ଘାଟି । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କଲିକତା-ମୁମ୍ବାଇ ଜାତୀୟ ରାଜପଥ ଉପରେ ଜୁଡ଼ିଆ ଘଟି ପାହାଡ଼ ଉପରୁ ବଡ଼ ବଡ଼ ପଥର ଖଣ୍ଡ ପଡ଼ି ରହିଛି । ଏଥି ପାଇଁ ରାସ୍ତାର ଗୋଟିଏ ପାର୍ଶ୍ୱ ବନ୍ଦ ରହିଛି ।
ସେହିପରି କେନ୍ଦୁଝର ସହର ଜାମୁହତା, ସ୍ପଂଜ କଲୋନୀ, ଧାଙ୍ଗରପଡ଼ା ଆଦି ଅଞ୍ଚଳରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତକାଲି ରାତିରୁ କେନ୍ଦୁଝରରେ ପ୍ରବଳ ବର୍ଷା ଜାରି ରହିଛି । ଏହା ସହ ଆଜି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଲଗାଣ ବର୍ଷାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି ।