ନ୍ୟୁଜ 365 (ବ୍ୟୁରୋ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିପଦ ବଢିବାରେ ଲାଗିଛି । ୨୦୨୦ ମସିହାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳାକୁ ବଦଳାଇବାର ଷଡଯନ୍ତ୍ର ପାଇଁ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଓ୍ୱାସିଙ୍ଗଟନର ଫେଡେରାଲ କୋର୍ଟ ଟ୍ରମ୍ପକୁ ଦୋଷି ବୋଲି ବିବେଚନା କରିଛନ୍ତି । ବର୍ତ୍ତମାନ ଏହି ଘଟଣା ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି ।
ବିଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୱାଶିଂଟନ୍ ଡିସିରେ ଥିବା ଏକ ଫେଡେରାଲ୍ ଗ୍ରାଣ୍ଡ୍ ଜୁରି ଟ୍ରମ୍ପଙ୍କ ବିରୋଧରେ ମାମଲାର ଶୁଣାଣି କରିଥିଲେ। ସ୍ୱତନ୍ତ୍ର ପରାମର୍ଶଦାତା ଜ୍ୟାକ୍ ସ୍ମିଥଙ୍କ ଯୁକ୍ତି ଏବଂ ପ୍ରମାଣ ଯାଞ୍ଚ କରିବା ପରେ ବୁଧବାର କୋର୍ଟ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।