ନ୍ୟୁଜ 365 (ବ୍ୟୁରୋ): ତିନି ଦିନିଆ ୨୦୦ ରନରେ ଭାରତକୁ ମିଳିଲା ଜିତାପଟ । ସିରିଜ୍ କବ୍ଜା କଲା ୟଙ୍ଗ ବ୍ରିଗେଡ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆକୁ ୨୦୦ ରନରେ ଜିତିଛି ଭାରତ । ଟାର୍ଗେଟରେ ୩୫୧ ରନ୍ କରିଜବାକୁ ଥିବା ବେଲେ୧୫୧ ରନରେ ଅଲ୍ ଆଉଟ୍ ହୋଇଛି ୱେଷ୍ଟଇଣ୍ଡିଜ୍ । ତେବେ ଶେଷ ,ମୟରେ ୨୦୦ ରନରେ ପରାସ୍ତ ହୋଇଥିଲା ଟିମ୍ । ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୦୦ ରନ୍ ରେ ପରାସ୍ତ କରି ୨-୧ରେ ଜିତିଛି ।
ତେବେ ତୃତୀୟ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆ ବ୍ୟାଟର । ଓପନର ଶୁଭମନ ଗିଲ୍ ଓ ଈଶାନ କିଶନଙ୍କର ଜବରଦସ୍ତ ବ୍ୟାଟିଂ ଦେଖିୂବାକୁ ମିଳିଥିଲା । ଉଭୟ ଶତକୀୟ ଭାଗୀଦାରି କରିଥିଲେ। ଆଉ ମଝିରେ ସଞ୍ଜୁ ସାମ୍ସମ୍ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସଂଜୁ ସାମସନ୍ ପ୍ରଥମ ୪ ବଲ୍ ଭିତରେ ୨ ଛକା ମାରି ଧମାକାଦାର ଆରମ୍ଭ କରିଥିଲେ । ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୫୨ ବଲରୁ ୭୦ ରନ୍ କରଥିବା ବେଳେ ଭାରତ ୫ ୱିକେଟ ହରାଇ ୩୫୧ ରନର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା ।
୩୫୧ ରନ୍ ଟାର୍ଗେଟକୁ ପିଛା କରି ମାତ୍ର ୧୫୧ ରନରେ ଅଲଆଉଟ୍ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ୍ । ଯାହାଫଳରେ ଭାରତ ୨୦୦ ରନ୍ରେ ଶେଷ ଦିନିକିଆ ବିଜୟୀ ହୋଇଛି । ଆଉ ସିରିଜ୍କୁ ୨-୧ରେ ନିଜ ନାଁରେ କରି ଜିତିଛି ଭାରତ ।