ନ୍ୟୁଜ 365 (ବ୍ୟୁରୋ): ଆପଣ ମଦ ପିଉଛନ୍ତି କି ତେବେ ହେଇଯାନ୍ତୁ ସାବଧାନ । ଆପଣ ମାନେ ସମସ୍ତେ ଜାଣନ୍ତି ମଦ ପିଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ । ତଥାପି କେହେ କେହି କୈାଣସି ବାହାନା ଦେଖାଇ ମଦ୍ୟପାନ କରିଥାନ୍ତି । ଏଥିପାଇଁ ପାରିବାରିକ ଅଶାନ୍ତିବି ସୃଷ୍ଟି ହୋଇଥାଏ । ଏହା ସହ ଅନେକ ଘରମଧ୍ୟ ଭାଙ୍ଗିଛି । ଆପଣ ମାନେ ଗଣମାଧ୍ୟମରେ ଦେଖିଥିବେ ମଦ ପିଉଥିବା ବ୍ୟକ୍ତି ସେ ନିଜର ହିତାହିତଜ୍ଞାନ ଭୁଲି ଅନେକ କିଛି ଅପରାଧ ମଧ୍ୟ କରିଥାଏ । ଏନେଇ ସଚେତନ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି । ତଥାପି ଆଜିବି ଏତେଟା ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଛି । ମଦ ଯେମିତି ବିକ୍ରି ହେବା କଥା ସେମିତି ହଉଛି । ଲୋକେ ଯେମିତି ପିଇବା କଥକା ସେମିତି ପିଉଛନ୍ତି । ଆଉ କେହି କେହିତ ପ୍ରତିଦିନ ପିଉଛନ୍ତି । ଯେଉଁଥି ପାଇଁ ପରିବାରକୁ ନାହିଁନଥିବା ସମସ୍ୟା ଭୋଗିବାକୁ ପଡୁଛି । ଖାଲି ସେତିକି ନୁହେଁ, ଏନେଇ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି ।
ଦୈନିକ ମଦ୍ୟପାନ ଦ୍ବାରା ରକ୍ତଚାପ ବଢେ ବୋଲି ଆମେରିକୀୟ ହାର୍ଟ ଆସୋସିଏସନ ଜର୍ଣ୍ଣାଲ ହାଇପରଟେନ୍ସରେ ରିପୋର୍ଟରେ ଦର୍ଶାଯାଇଛି । ପ୍ରତିଦିନ ମଦ୍ୟପାନ କରୁଥିବା ବ୍ୟକ୍ତି ଉଚ୍ଚ ରକ୍ତଚାପର ଶିକାର ହୋଇପାରନ୍ତି ।ତେବେ ମଦ୍ୟପାନ କରୁଥିବା ଲୋକଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା । ଯେଉଁମାନେ ଦୈନିକ କମରୁ ମଧ୍ୟମ ଧରଣର ମଦ୍ୟପାନ କରୁଥିଲେ ସେମାନଙ୍କ ନିକଟରେ ମଧ୍ୟ ଉଚ୍ଚ ରକ୍ତଚାପ ପରିଲକ୍ଷିତ ହୋଇଥିଲା । ମଦ୍ୟପାନର ନିମ୍ନ ସ୍ତର ମଧ୍ୟ ଉଚ୍ଚ ରକ୍ତଚାପ ଏବଂ ହୃଦ୍ରୋଗର ଆଶଙ୍କା ସୃଷ୍ଟି କରିଥାଏ ।
ଇଟାଲୀର ମୋଡେନା ଏବଂ ରେଜିଓ ଏମିଲିଆ ବିଶ୍ୱବିଦ୍ୟାଳୟର ମେଡିକାଲ୍ ସ୍କୁଲର ଏପିଡେମୋଲୋଜି ଏବଂ ଜନସ୍ୱାସ୍ଥ୍ୟ ବିଭାଗର ପ୍ରଫେସର ମାର୍କୋ ଭିନ୍ସେଟି କହିଛନ୍ତି ଯେ, “ଯେଉଁମାନେ ଦୈନିକ ମଦ୍ୟପାନ କରନ୍ତି, ସେମାନଙ୍କ ନିକଟରେ ଆମେ କୌଣସି ଲାଭଦାୟକ ପ୍ରଭାବ ପାଇଲୁ ନାହିଁ ।”ଭିନ୍ସେଟି ଆହୁରି ମଧ୍ୟ କହିଛନ୍ତି ଯେ,”ଯେଉଁମାନ କମ ମଦ ପିଉଥିଲେ ସେମାନଙ୍କ ନିକଟରେ ମଧ୍ୟ ରକ୍ତଚାପରେ ପରିବର୍ତ୍ତନ ହେଉଥିବା ଦେଖାଦେଇଛି । ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଚେତାବନୀ ଦେଇଛି ଯେ, ମଦର କୌଣସି ସୁରକ୍ଷିତ ମାତ୍ରା ବା ପରିମାଣ ନାହିଁ ଯାହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ଅର୍ଥାତ ମଦ ଶରୀର ପ୍ରତି କୌଣସି ପ୍ରକାରର ଲାଭ ଦେଇନଥାଏ ବରଂ ଏହା ଶରୀରକୁ ଧିରେ ଧିରେ ନଷ୍ଟ କରିଥାଏ ।