ନ୍ୟୁଜ 365 (ବ୍ୟୁରୋ): କେନ୍ଦ୍ର ସରକାର ତିନ ତଲାକ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ମୁସଲିମ ମହିଳାମାନଙ୍କ ମଧ୍ୟରେ ସାମଗ୍ରିକ ସୁରକ୍ଷା ଭାବନାକୁ ବଢାଇଛି । ଏହା ମୁସଲ୍ମାନ ମହିଳାଙ୍କ ସୁରକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଶ୍ଚିମବଙ୍ଗ, ଓଡିଶା ଏବଂ ଝାଡଖଣ୍ଡର ଭାଜପା ନେତୃତ୍ୱାଧୀନ ଏନଡିଏ ଏମ୍ପିଙ୍କ ବୈଠକରେ ଏହା କହିଛନ୍ତି ପ୍ରଧାମନ୍ତ୍ରୀ ମୋଦୀ । ମୋଦୀ କହିଛନ୍ତି, ତିନ ତଲାକକୁ ଅପରାଧୀକରଣ କରିବା ନିଷ୍ପତ୍ତି ମୁସଲମାନ ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରୋତ୍ସାହନ। ତେଣୁ ରକ୍ଷା ବନ୍ଧନ ବେଳେ କାର୍ଯ୍ୟକ୍ରମ ଆୟୋଜନ କରି ସଂଖ୍ୟଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ଭେଟିବା ପାଇଁ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।