ନ୍ୟୁଜ 365 (ବ୍ୟୁରୋ): ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ ୫.୩୦ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଥିବା ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା। ବର୍ତ୍ତମାନ ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ୫ ଦିନ ମଧ୍ୟରେ ମୋଟ ୨ ଥର ଭୂକମ୍ପ ଅନୁଭୂତ ହୋଇଛି । ଯାହାକୁ ନେଇ ଅଂଚଳରେ ଭୟର ବାତା ବରଣ ଦେଖିବାକୁ ମିଳିଛି ।