ନ୍ୟୁଜ ୩୬୫ (ବ୍ୟୁରୋ): ଚର୍ଚ୍ଚାରେ ତାମିଲ୍ ସୁପର୍ଷ୍ଟାର୍ ରଜନୀକାନ୍ତ ଏବଂ ତମନ୍ନା ଭାଟିଆଙ୍କ ଯୋଡ଼ି । ଏହି ଯୋଡିକୁ ଦେଖିବା ପାଇଁ ଦର୍ଶକ କାହିଁ କେବେଠୁ ଅପେକ୍ଷା କରି ରହିଛନ୍ତି । ହେଲେ ଖୁବ୍ଶୀଘ୍ର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ‘ଜେଲ୍ର୍’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଏକାଠି ନଜର ଆସିବେ ରଜନୀକାନ୍ତ ଏବଂ ତମନ୍ନା । ରଜନୀକାନ୍ତ ଓ ତମନ୍ନାଙ୍କ ଯୋଡ଼ି ଏବଂ ରୋମାନ୍ସ ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଥିବା ବେଳେ ନିକଟରେ ରିଲିଜ୍ ହୋଇଥିବା ଏକ ଗୀତରେ ତମନ୍ନା ଜବରଦସ୍ତ ନାଚ ନାଚିଛନ୍ତି। ଯାହାକୁ ପ୍ରଶଂସକ ମାନେ ଖୁବ୍ ପସନ୍ଦ କରିବା ସହ , ଏହି ଗୀତଟି ବେଶ୍ ଭାଇରାଲ ହେବାରେ ଲାଗିଛି ।
ହେଲେ ଆପଣ ଜାଣନ୍ତି କି , ଏହି ଦୁଇ କଳାକାରଙ୍କ ବୟସ ମଧ୍ୟରେ ୩୯ ବର୍ଷର ବ୍ୟବଧାନ ରହିଛି। ତମନ୍ନାଙ୍କୁ ୩୩ ବର୍ଷ ବୟସ ହୋଇଥିବା ବେଳେ ରଜନୀକାନ୍ତଙ୍କୁ ଏବେ ୭୨ ବର୍ଷ ହୋଇଛି । ଏ ଦୁଇ କଳାକାରଙ୍କ ମଧ୍ୟରେ ଏତେ ବୟସ ବ୍ୟବଧାନ ଥିବା ହେତୁ ଦୁହିଁଙ୍କୁ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଉଛି। ସୂଚନା ଅନୁଯାୟୀ, ରଜନୀକାନ୍ତଙ୍କ ପୂର୍ବରୁ ତମନ୍ନା ୬୭ ବର୍ଷୀୟ ଚୀରଞ୍ଜିବୀଙ୍କ ବିପକ୍ଷରେ ‘ଭୋଲା ଶଙ୍କର୍’ରେ ଅଭିନୟ କରି ସାରିଛନ୍ତି। ନିକଟରେ ଅତ୍ୟଧିକ ବୟସ ବ୍ୟବଧାନ ଥିବା ଅଭିନେତାମାନଙ୍କ ସହ ଅଭିନୟ କରିବା ନେଇ ନିଜର ମତ ରଖିଛନ୍ତି ତମନ୍ନା। ସେ କହିଛନ୍ତି କି ‘ପରଦାରେ ଯେଉଁ ଚରିତ୍ର ଆମେ ନିଭାଉଛୁ, ତାହାକୁ ଦେଖନ୍ତୁ । ବୟସ ବ୍ୟବଧାନ ଦେଖନ୍ତୁ ନାହିଁ’।