ନ୍ୟୁଜ୍ 365(ବ୍ୟୁରୋ): ରାଜଧାନୀରେ ୭୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା । ଅଗଷ୍ଟ ମାସର ବର୍ଷା ଭୁବନେଶ୍ୱରରେ ୭୧ ବର୍ଷର ରେକର୍ଡ ଭାଙ୍ଗିଛି। ଏନେଇ ଟୁଇଟ କରି ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ୧୯୫୨ରେ ଅଗଷ୍ଟରେ ସର୍ବାଧିକ ବର୍ଷା ହୋଇଥିଲା । ହେଲେ ୨୦୨୩ ଅଗଷ୍ଟମାସର ବର୍ଷା ସେହି ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୨୫୯.୨ ମିଲିମିଟର ବର୍ଷା ହୋଇଯାଇଛି । ଏହା ଚଳିତ ମାସର ସର୍ବାଧିକ ବର୍ଷା ଯାହା ପୂର୍ବ ରେକର୍ଡ ଭାଙ୍ଗିଛି । ୧୯୫୨ ପରେ ୧୯୯୭ ଅଗଷ୍ଟ ୨୦ରେ ସର୍ବାଧିକ ବର୍ଷା ୨୫୪.୨ ମିଲିମିଟର ହୋଇଥିବା ରେକର୍ଡ କରାଯାଇଥିଲା ।
ଭୁବନେଶ୍ୱରରେ ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ସର୍ବାଧିକ ୧୮୬ ମିଲି ମିଟର ବର୍ଷା ହୋଇଥିଲା । ପରେ ରାତି ସାଢେ ୮ଟା ବେଳକୁ ବର୍ଷା ପରିମାଣ ବୃଦ୍ଧି ପାଇ ଏହା ୨୫୮ ମିିମି ଛୁଇଁଥିଲା । ଚଳିତ ମୌସୁମୀରେ ଏହା ସର୍ବାଧିକ ବର୍ଷା ବୋଲି କୁହାଯାଉଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର, ପୁରୀ, କଟକରେ ସର୍ବାଧିକ ବର୍ଷା ହୋଇଯାଇଛି ।