ନ୍ୟୁଜ 365 (ବ୍ୟୁରୋ): ସମ୍ବଲପୁରୀ ଦିବସ ଅବସରେ ସଂସଦରେ ସମ୍ବଲପୁରୀ ବସ୍ତ୍ରର ଝଲକ ଦେଖିବାକୁ ମିଳିଛି । ସମ୍ବଲପୁରୀ ପୋଷାକ ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିର୍ମଳା ସୀତାରମଣ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ସମ୍ବଲପୁରୀ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ଆଜି ସମ୍ବଲପୁରୀ ଦିନ୍ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଫଟୋକୁ ଟୁଇଟ କରି ଖୁସି ବ୍ୟକ୍ତ କରିଛନ୍ତି । ସମ୍ବଲପୁରୀ ଦିନ୍ ଅବସରରେ ଶୁଭେଚ୍ଛା ଜଣାଇବା ସହ ବିଶିଷ୍ଟ ସାହିତ୍ୟିକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।