ନ୍ୟୁଜ ୩୬୫ (ବ୍ୟୁରୋ):ସମୟ କାହାକୁ ଅପେକ୍ଷା କରିନଥାଏ । ସେ ବୟସ ହେଉ ବା ସୌନ୍ଦର୍ଯ୍ୟ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରରେ ତା’ର ପ୍ରଭାବ ଦେଖିବାକୁ ମିଳେ । ଧୀରେ ଧୀରେ ଚେହେରାରେ ବାର୍ଦ୍ଧକ୍ୟର ରୂପ ଜଣାପଡିଯାଏ । । ହେଲେ ଏମିତି କିଛି ଚେହେରା ଅଛି, ଯାହାକୁ ଦେଖିବା ପରେ ଆପଣ ବୟସ ଅନୁମାନ କରିପାରିବେ ନାହିଁ। କେହି କେହି ବୟସ ତୁଳନାରେ ଅଧିକ ବୟସ୍କ ଦିଶନ୍ତି ତ ପୁଣି କେହି ଯୁବା ଭଳି ଦେଖାଯାଆନ୍ତି । ସୂଚନା ଅନୁଯାୟୀ, ୪୦ ବର୍ଷ ପରେ ମଣିଷ ବିଭିନ୍ନ ରୋଗ ସହ ଲଢ଼ିବାର କ୍ଷମତା ହରାଇଦିଏ । । ପାଚନଶକ୍ତି ସମସ୍ୟା ଠାରୁ ଆରମ୍ଭ କରି ମୋଟାପଣ, ଥକାପଣ, ଦୁର୍ବଳ ଲାଗିବା ଏବଂ ଚେହେରାରେ ଖୁବ୍ ଶୀଘ୍ର ବୁଢ଼ାପଣ ଦିଶିବା ପରି ସମସ୍ୟା ଦେଖିବାକୁ ମିଳିଥାଏ । ହେଲେ ମନୁଷ୍ୟ ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ କିଛି ସମୟ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଏସବୁ ସମସ୍ୟାକୁ ମୁକ୍ତି ପାଇପାରିବ ।
ବୟସ ବଢ଼ିବା ସହ ଆମ ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଏ। ମାଂସପେଶୀକୁ ମଜବୁତ୍ କରିବା ପାଇଁ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ଅଣ୍ଡା, ଚିକେନ୍, ସୋୟାବିନ୍, ଡାଲି ଆଦି ଖାଇବା ଦ୍ବାରା ଏଭଳି ସମସ୍ୟା ଠାରୁ ଆପଣ ଦୁରେଇ ରହିବେ । ଏହାସହ ଆପଣ ୩୦ ବର୍ଷ ବୟସରୁ ଯଦି ଅଧିକ ଅଛନ୍ତି ତେବେ ପାଳଙ୍ଗ ଶାଗ, କୋବି, କଦଳୀ, ଗାଜର, ବ୍ରୋକଲି ଓ ଲାଉ ପରି ପରିବାକୁ ନିୟମିତ ଖାଆନ୍ତୁ। ଏଥିରେ ଫାଇବର୍, ଆଇରନ୍, କ୍ୟାଲ୍ସିୟମ୍, ଭିଟାମିନ୍ ସମେତ ଅନେକ ପୋଷକ ତତ୍ବ ରହିଛି। ଏସବୁ ଖାଇବା ଦ୍ୱାରା ଆପଣଙ୍କ ମୁଖମଣ୍ଡଳ ବୟସ ଅନୁଯାୟୀ ସଠିକ୍ ରହିବ ।