ନ୍ୟୁଜ 365 (ବ୍ୟୁରୋ): ଜୁହାର । ଆଜି ସମ୍ବଲପୁରୀ ଦିନ୍ । ଆଜି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ପାଲନ ହେଉଛେ ସମ୍ବଲପୁରୀ ଦିନ । ଗାଁ ରୁ ସହର ସବୁଆଡେ ଉସଦ ଆନନ୍ଦର ମାହୋଲ ଜମିଛି । ଡାଲଖାଇ, ରସରକେଲି ଗାନାରେ ଦୁଲକି ଉଠୁଛି ପଶ୍ଚିମ ଓଡିଶା । ଗୀତର ତାଳେ ତାଳେ ଝୁମୁଛନ୍ତି ପଶ୍ଚିମ ଓଡିଶା ବାସି । ଆଜି ହେଉଛି ସମ୍ବଲପୁରୀ ଭାଷା ସାହିତ୍ୟର ପୁରୋଧା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ । ସମ୍ବଲପୁରୀ ଭାଷା ଓ ବାକ୍ୟରଣ ର ଆଦିକବି ସତ୍ୟ ନାରାୟଣ ବହିଦାର ୧୯୧୩ ମସିହା ଅଗଷ୍ଟ ୧ ତାରିଖ ନେ ସୁବର୍ଣ୍ଣପୁର ଠାରେ ଜନ୍ମ ଗ୍ରହଣ କରିଥିଲେ । ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ର ଲାଗି ବିଶିଷ୍ଟ କବି ଗୁରୁ ସତ୍ୟ ନାରାୟଣଙ୍କର ଏନେକ ଅବଦାନ ରହିଛି । ସେ ଅବଦାନ କୁ ମନେ ପକେଇ କରି ଏଇ ପର୍ବ ପାଲନ କରାଯାଉଛି । ୨୦୧୩ ମସିହା ରେ ସମ୍ବଲପୁରର ପଶ୍ଚିମାଂଚଳ ଏକତା ମଂଚ ସଗଂଠନ ତରଫରୁ ପ୍ରଥମ କରି ସମ୍ବଲପୁରୀ ଦିନ ପାଲନ ହେଇଥିଲା । ଆଉ ଏବେ ସମ୍ବଲପୁରୀ ଦିନ୍ ଦେଶ ବିଦେଶ ରେ ପାଲନ ହେଉଛି । ଅଜି ବିଶ୍ୱ ଦରବାରରେ ସମ୍ବଲପୁରୀ ଭାଷା, ସାହିତ୍ୟ, ଇ ଅଚଂଲ୍ ର ଖାନ, ପାନ, ଗାନା ବାଜ୍ନା ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବାସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମ୍ବଲପୁରୀ ଦିନର୍ ଉଧେସତ୍ୟନାରାୟଣ ବହିଦାରଙ୍କୁ ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜଣାଉଛୁ । ଜୟ ମା’ ସମଲେଇ ।