ନ୍ୟୁଜ 365 (ବ୍ୟୁରୋ): ବାଲ ଗଙ୍ଗାଧର ତିଳକ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣେରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଅବସରରେ ମୋଦୀ କହିଛନ୍ତି, ଏକା ଏକ ଅବିସ୍ମରଣୀୟ ମୂହୁର୍ତ୍ତ । ୧ ୪୦ କୋଟି ଦେଶବାସିଙ୍କୁ ଏହି ସମ୍ମାନ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ସବୁଠୁ ବଡ଼ କଥା ହେଉଛି ପୁରସ୍କାର ସହ ମିଳିଥିବା ରାଶିକୁ ନମାମି ଗଙ୍ଗେ ପ୍ରକଳ୍ପକୁ ଦାନ କରିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଲକ ପୁରସ୍କାର ପାଇବା ଏକ ଗୌରବର ବିଷୟ । ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଯନ ହୋଇଛି । ଏନସିପି ମୁଖ୍ୟ ଶରଦ ପାୱାର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଶରଦ ପାୱାରଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍ଭିସ ଏବଂ ଅଜିତ ପାୱାର ମଞ୍ଚରେ ଉପସ୍ଥିତ ଥିଲେ ।