କମର୍ସିଆଲ୍ ଏଲପିଜି ଗ୍ୟାସ୍ ସିଲିଣ୍ଡର କ୍ରେୟତାଙ୍କ ପାଇଁ ଖୁସି ଖବର । ୧୯ କେଲୋ ଗ୍ୟାସ୍ ଟାଙ୍କିରୁ ହ୍ରାସ ପାଇଲା ପାଖାପାଖି ୧୦୦ ଟଙ୍କା । ଗ୍ୟାସ୍ ସିଲିଣ୍ଡର ଉପରେ ୯୯.୭୫ ଟଙ୍କା ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ନୂଆ ଦର ୧,୬୮୦ ଟଙ୍କା ହୋଇଛି । ହେଲେ ଘରୋଇ ଏଲପିଜି ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନଥିବା ସୂଚନା ରହିଛି । ପୂର୍ବରୁ କମର୍ସିଆଲ୍ ବା ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୮୦ ଟଙ୍କା ରହିଥିଲା । ତେବେ ଏହା କୋଲକାତାରେ ଏଲପିଜି ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୩ ଟଙ୍କା ହ୍ରାସ ପାଇବର୍ତ୍ତମାନ ୧୮୦୨.୫୦ ଟଙ୍କାରେ ରହିବ । ମୁମ୍ବାଇରେ ଏହି ସିଲିଣ୍ଡର ବର୍ତ୍ତମାନ ୧୬୪୦.୫୦ ଟଙ୍କାରେ ବିକ୍ରି ହେବ, ଯାହା ଜୁଲାଇ ମାସରେ ୧୭୩୩.୫୦ ଟଙ୍କାରେ ବିକ୍ରି ହେଉଥିଲା ।
ଚେନ୍ନାଇରେ ଏଲପିଜି ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୮୫୨.୫୦ ଟଙ୍କାରେ ଉପଲବ୍ଧ ହୋଇଥିବାବେଳେ ଜୁଲାଇ ମାସରେ ଏହାର ମୂଲ୍ୟ ୧୯୪୫ ଟଙ୍କା ଥିଲା । ତେବେ କିଛି ମାସ ତଳେ, ଅର୍ଥାତ ମାର୍ଚ୍ଚ ମାସରେ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ ୩୫୦.୫୦ ଟଙ୍କା ବୃଦ୍ଧି ପାଇଥିଲା । ହେଲେ ମେ’ ମାସଠାରୁ ଧିରେ ଧିରେ କ୍ରମାଗତ ହ୍ରାସ ପାଇବାରେ ଲାଗରିଛି । ୧୯ କେଜି ଟାଙ୍କି ଉପରେ ୧୭୧.୫୦ ଟଙ୍କା ଦର୍ କମିଥିଲା । ଏବେ ପୁଣି ଥରେ ହ୍ରାସ ପାଇଛି । ୯୯.୭୫ ଟଙ୍କା କମି ରାଜଧାନୀରେ ନୂଆ ଦାମ୍ ୧,୬୮୦ ଟଙ୍କା ହୋଇଛି । ଗତ କିଛିମାସ ହେଲା ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଗତ ମାର୍ଚ୍ଚ ମାସରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିଲା ।