ନ୍ୟୁଜ 365 (ବ୍ୟୁରୋ):ପୃଥିବୀ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ ପୃଥିବୀର କକ୍ଷପଥ ସମାପ୍ତ କରି ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି । ଏନେଇ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ରାତି ୧୨ଟା ୧୫ରେ ସ୍ଲିଂସଟ୍ କରାଯାଇଥିଲା । ଏହା ସଫଳ ହୋଇଥିବା ନେଇ ଇସ୍ରୋ ଟ୍ଵିଟ୍ କରି ସୂଚନା ଦେଇଛି । ଚନ୍ଦ୍ରଯାନ-୩ର ଦୂରତା ପୃଥିବୀ ଠାରୁ ୨୩୬ କିମି ରହିଛି । ଚନ୍ଦ୍ରଯାନ-୩ ପାଞ୍ଚ ଦିନର ଯାତ୍ରା କରିବା ପରେ ଅଗଷ୍ଟ ୫ ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ।
ଆସନ୍ତା ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ରୋଭର ଓ ଲ୍ୟାଣ୍ଡର। ଚନ୍ଦ୍ରଯାନ-୩ ର ସଫ୍ଟ ଲାଣ୍ଡିଂ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ। ୧୪ ଦିନ ଚନ୍ଦ୍ରପୃଷ୍ଠରେ ପୃଥିବୀରୁ ଆସୁଥିବା ରଶ୍ମିକୁ ଅଧ୍ୟୟନ କରିବ ଚନ୍ଦ୍ରଯାନ-୩। ଏହା ମାଧ୍ୟମରେ ଚନ୍ଦ୍ରପୃଷ୍ଠରେ ମାଟି, ଧୂଳି ସହ ସେସ୍ମିକ୍ ପରୀକ୍ଷଣ କରିବ । ଚନ୍ଦ୍ରଯାନ-୩ ଜୁଲାଇ ୧୪ରେ ଲଞ୍ଚ୍ ହେଇଥିଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍ ସେଣ୍ଟରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହାର ଉତ୍କ୍ଷେପଣ ହୋଇଥିଲା ।