ନ୍ୟୁଜ ୩୬୫ (ବ୍ୟୁରୋ): ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ ମ୍ୟାଚ୍ । ଉଭୟ ଦଳ ପାଇଁ ରହିଛି ଚ୍ୟାଲେଜିଂ ପରିସ୍ଥିତି, କିଏ ମାରିବ ବାଜିମାତ୍ । ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବେ ଉଭୟ ଦଳ । ଆଜି ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ଅନ୍ତିମ ଦିନିକିଆ ମ୍ୟାଚର ନିର୍ଣ୍ଣାୟକ ହେବ । ୩ଟିକିଆ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିବାବେଳେ ଦ୍ବିତୀୟ ଦିନିକିଆରେ ସହଜ ବିଜୟ ହାସଲ କରିଥିଲା ଓ୍ବେଷ୍ଟଇଣ୍ଡିଜ୍ ।
ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଆଜି ମ୍ୟାଚରେ ପୂର୍ବ ଦୋଷକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଇଣ୍ଡିଆ ଟିମ୍ । ସେପଟେ ମ୍ୟାଚ୍ ଜିତି ସିରିଜ ବିଜୟୀ ହେବାକୁ ଇଣ୍ଡିଜ ଦଳର ଚଳାଇଛି ଡୋରଦାର ପ୍ରସ୍ତୁତି । ଏହି ମ୍ୟାଚ୍ ଭାରତ ପାଇଁ ବିଶ୍ୱକପ୍ ପୂର୍ବରୁ ମଧ୍ୟ କ୍ରମ ବ୍ୟାଟିଂ ବିଫଳତାକୁ ଦୂର କରିବା ପ୍ରଥମ ପ୍ରାୟସ ହେବ ବୋଲି ଆଶାରଖା ଯାଇଛି । ଆଗକୁ ଦିନିକିଆ ବିଶ୍ୱକପ୍ । ଏହା ପୂର୍ବରୁ ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିବା ଜରୁରୀ ବୋଲି ବୁଦ୍ଧିଜୀବି ଆଶା ରଖିଛନ୍ତି ।