ନ୍ୟୁଜ୍ 365(ବ୍ୟୁରୋ): ସକାଳେ କଲଭର୍ଟ ଭୁଶୁଡି ଘଟଣାରେ ଚାଲିଗଲା ସ୍ୱାମୀ ଓ ପୁଅଙ୍କ ଜୀବନ । ଏମିତି ଦୁଃଖଦ ଖବର ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଛନ୍ତି ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାୟଗଡା ଜିଲ୍ଲା କଲ୍ୟାଣିସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ କିଛି ଦିନ ଧରି ନିର୍ମାଣ ଚାଲିଥିବା କଲଭର୍ଟର ଭୁସୁଡ଼ି ପଡ଼ି ୫ ମୃତ୍ୟୁ ହୋଇଛି।
ସୂଚନାଥାଉ କି, ରାୟଗଡା ଜିଲ୍ଲା କଲ୍ୟାଣିସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ଆଜି ସକାଳୁ ସକାଳୁ ଏକ ନିର୍ମାଣଧିନ କଲଭର୍ଟର ସେଣ୍ଟରିଙ୍ଗ ଭୁଶୁଡି ପଡିଥିଲା । ଫଳରେ ୪ଜଣ ନାବାଳକ ସମେତ ୫ଜଣଙ୍କର ମୃତ୍ଯୁ ଘଟିଥିଲା ମୃତକମାନେ ହେଲେ ଲକ୍ଷ୍ମୀଧର ମିଣିଆକା(୪୫), ପ୍ରିନ୍ସ ମିଣିଆକା। , ସୁମାନ ମିଣିଆକା (୫), ସାରନ ମିଣିଆକା(୫) ,ମୋନଜ ମିଣିଆକା (୫) । ରାୟଗଡାରେ ଲଗାଣବର୍ଷା ହେଉଥିବାରୁ ବ୍ରିଜ ତଳେ ୬ଜଣ ଗାଧୋଉଥିଲେ । ଏହି ସମୟରେ ହଠାତ ସେଣ୍ଟରିଂ ଭୁଷୁଡି ପଡିଥିଲା । ଫଳରେ ସମସ୍ତେ ଏହି ବ୍ରିଜ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ ।
ଖବର ଶୁଣି ଗ୍ରାମବାସୀ ପହଞ୍ଚି ଉଧାର କରିବା ସମୟରେ ୫ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୱେଷ ମିଣିଆକା(୫)ଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଘଟଣା ପରେ ଗ୍ରାମରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି। ଅନ୍ୟ ପଟେ ସ୍ୱାମୀ ଲକ୍ଷ୍ମୀଧର ଓ ପୁଅ ପ୍ରିନ୍ସ ଙ୍କ ମୃତ୍ୟୁ ଖବରକୁ ସହ୍ୟ କରିପାରି ନାହାନ୍ତି ସ୍ତ୍ରୀ ଦୀପାଇ । ସେ ମଧ୍ୟ ବିଷ ପାନ କରି ଗୁରୁତର ହୋଇଥିଲେ । ଦିପାଇଙ୍କୁ ପୁଲିସ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।