ନ୍ୟୁଜ ୩୬୫ (ବ୍ୟୁରୋ): ବର୍ଷା ଋତୁ ସମସ୍ତଙ୍କର ପସନ୍ଦ । ବର୍ଷା ଋତୁ ଖାଲି ଆମକୁ ଗରମରୁ ମୁକ୍ତି ଦେଇନଥାଏ । ଏହି ଋତୁ ବର୍ଷା ସହ ଅନେକ ରୋଗକୁ ସାଙ୍ଗରେ ଆଣିକି ଆସିଥାଏ । ସାଧାରଣତଃ ବର୍ଷା ଋତୁରେ ଯେତେ ଯତ୍ନ ନିଆଯାଉନା କାହିଁକି, କିଛି ନା କିଛି ସମସ୍ୟାରେ ଲୋକ ନିହାତି ପଡନ୍ତି । ଥଣ୍ଡା, ଜ୍ୱରଠୁ ଆରମ୍ଭ କରି କାଶ ପର୍ଯ୍ୟନ୍ତ ଅନେକ ରୋଗରେ ଆମ ଶରୀରରେ ସୃଷ୍ଟି ହୋଇଥାଏ । ହେଲେ ବର୍ଷା ଦିନେ ସବୁଠୁ ବଡ଼ ସଂକ୍ରମଣ ହେଉଛି ପାଣିଖିଆ ସଂକ୍ରମଣ । ଏହା ଲୋକଙ୍କୁ ବହୁତ ହଇରାଣ କରେ ମୌସୁମୀ ଆସିଲେ ପାଣିଖିଆ ସଂକ୍ରମଣ ଅଧିକ ଦେଖାଯାଏ । ଏହାର କାରଣ ହେଉଛି ପୋଷାକ ସଠିକ୍ ଶୁଖି ନଥିବା ବେଳେ ଆପଣ ପୋଷାକ ଉପରେ ଛୋଟ କଳା କଳା ବିନ୍ଦୁ ଦେଖିଥିବେ । ସେହିପରି ଓଦା ପୋଷାକ ପିନ୍ଧିବା ଦ୍ୱାରା ପାଣିଖିଆ ସଂକ୍ରମଣ ହୋଇଥାଏ । ମୌସୁମୀ ସମୟରେ ପାଦ ହେଉଛି ଓଦା ଅଂଶ । ବର୍ଷାରେ ବୁଲିବା ସମୟରେ ପାଦ ଓଦା ହୋଇଯାଏ । ପାଦରେ ଜଳର ମାତ୍ରା ଅଧିକ ଥିବାରୁ ଆଙ୍ଗୁଠି ଗଣ୍ଠିରେ ପାଣିଖିଆ ଦେଖାଯାଇଥାଏ । ଏହି ସମୟରେ ଯଦି ଉପଯୁକ୍ତ ଯତ୍ନ ନିଆନଯାଏ, ତେବେ ପାଦ ପୋଡିବା, କୁଣ୍ତେଇ ହେବା, ଫୁଲିଯିିବା ଏବଂ ପାଦର ଚମଡ଼ା ଉଠିବା ଭଳି ଅନେକ ସମସ୍ୟା ଦେଖା ଦେଇଥାଏ ।
ତେବେ ଜାଣନ୍ତୁ ବର୍ଷାଦିନେ କ’ଣ ସବୁ ସତର୍କତା ଅବଲମ୍ବନ କରାଯିବା ଉଚିତ୍:
ଆଣ୍ଟିଫଙ୍ଗଲ୍ ପାଉଡର୍ଫ: ବର୍ଷା ସମୟରେ ପାଦକୁ ଫଙ୍ଗଲ୍ ସଂକ୍ରମଣରୁ ରକ୍ଷା କରିବା ପାଇଁ ବାହାରକୁ ଯିବା ପୂର୍ବରୁ ଆଣ୍ଟିଫଙ୍ଗଲ୍ ପାଉଡର ଲଗାନ୍ତୁ । ଏହାପରେ ପାଦରେ ଚମଡ଼ା ଉଠିବ । ରାତିରେ ଆଣ୍ଟିଫଙ୍ଗଲ୍ ଲୋସନ ଲଗାଇ ଶୁଅନ୍ତୁ । । ଏହା କରିବା ଦ୍ୱାରା ପାଦରୁ ଖରାପ ଦୁର୍ଗନ୍ଧ ବନ୍ଦ ପାଦକୁ ଫଙ୍ଗଲ୍ ସଂକ୍ରମଣରୁ ମୁକ୍ତ ମିଳିବ ।
ନିମ୍ ତେଲ : ମୌସୁମୀ ସମୟରେ ପାଣିଖିଆ ସଂକ୍ରମଣ ହ୍ରାସ କରିବାରେ ନିମ୍ ତେଲ ବେଶ୍ ପ୍ରଭାବଶାଳୀ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ପାଦରେ ନିମ୍ ତେଲ ଲଗାଇ ଶୁଅନ୍ତୁ । ଯାହାଦ୍ୱାରା ପାଣିଖିଆ ସଂକ୍ରମଣ କମିଯିିବ ।
ମେହେନ୍ଦି ପତ୍ର ପେଷ୍ଟ : ପାଦରେ ମେହେନ୍ଦି ପତ୍ର ପେଷ୍ଟ୍୍ ଲଗାନ୍ତୁ । ମେହେନ୍ଦି ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଓ ପାଣିଖିଆ ଗୁଣ ରହିଛି ଯାହା ସଂକ୍ରମଣକୁ ରୋକିଥାଏ ।
ଜୋତା ପିନ୍ଧନ୍ତୁ ନାହିଁ : ମୌସୁମୀ ସମୟରେ ଜୋତା ପିନ୍ଧିବା ଠାରୁ ନିଜକୁ ଦୂରେଇ ରୁହନ୍ତୁ । ମୌସୁମୀ ସମୟରେ ପାଦର ଫଙ୍ଗଲ ସଂକ୍ରମଣକୁ ରୋକିବା ପାଇଁ ଘରକୁ ଆସିବା ମାତ୍ରେ ପାଦକୁ ଭଲଭାବେ ସାବୁନରେ ଧୋଇ ଦିଅନ୍ତୁ ।