ନ୍ୟୁଜ 365 (ବ୍ୟୁରୋ): ମଣିପୁରର ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଥିବା ସୂଚନା ମିଳିଛି । ଅନ୍ୟପଟେ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାର ଶୁଣାଣି ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟ ସେହି ଦିଗରେ ମଧ୍ୟ ବିଚାର କରୁଥିବୀ ଜଣା ପଡିଛି । ମଣିପୁରରେ ଦୁଇ ଜଣ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବାର ଭିଡିଓ ଭାଇରାଲ ହେବା ପରେ ସାରା ଦଶରେ ଚର୍ଚ୍ଚା ଜୋର ଧରିଥିଲା । ଘଟଣାରେ ସମ୍ପୃକ୍ତ ଥି୍ବା ଅଭିଯୁକ୍ତଙ୍କୁ ଗିରଫ କରିଯାଇଛି । ତେବେ ମଣିପୁରରେ ଆଇନ ସୃଙ୍ଖଳା ଓ ଶାନ୍ତି ଫେରାଇ ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।