ନ୍ୟୁଜ 365 (ବ୍ୟୁରୋ): ଦୀର୍ଘ ଦିନ ଧରି ଟ୍ୱିଟରରେ ରହିଥିବା ନୀଳ ଚଢ଼େଇର ବୟସ ଆଜି ଶେଷ ହୋଇ ଯାଇଛି । ଟ୍ୱିଟରରେ ଆଉ ଦେଖିବାକୁ ମିଳିବନି ସେହି ନୀଳ ଚଢେଇର ଲୋଗୋ । ଏହା ବଦଳରେ ଟ୍ବିଟର୍ ଗ୍ରାହକଙ୍କ ପାଇଁ ଆସିଯାଇଛି ନୂଆ ଲୋଗ X । ଏବେ ଟ୍ୱିଟର୍ର ଲୋଗ ଭାବେ X ହିଁ ଦୃଶ୍ୟମାନ ହେବ । ମାତ୍ର ୨୪ ଘଣ୍ଟା ତଳେ ଆମେ ଯେଉଁ ଟ୍ୱିଟରକୁ ଜାଣିଥିଲୁ ଏବେ ତାହା ସଂପୂର୍ଣ୍ଣ ଭାବେ ବଦଳି ଯାଇଛି ।
ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଆଜି ବିଧିବଦ୍ଧ ଭାବେ ସୋଶିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର କାୟା ବଦଳାଇ ଦେଇଛନ୍ତି । ଯାହାକୁ ନେଇ ଏବେ କିଛି ଗ୍ରାହକଙ୍କ ମନରେ ଅଶୋନ୍ତସ ଲାଗିରହିଥିବା ବେଳେ ଆଉ କିଛି ଲୋକ x କୁ ବେଶ୍ ପସନ୍ଦ କରିଛନ୍ତି । । ଆଉ ଟ୍ୱିଟରରେ ନୀଳ ଚଢ଼େଇ ଦେଖାଯାଉନି। ଏହା ବଦଳରେ X ଆସିଯାଇଛି। ଏବେ ଟ୍ୱିଟର୍ର ଲୋଗ ଭାବେ ହିଁ ଦୃଶ୍ୟମାନ ହେବ X ।