ନ୍ୟୁଜ୍ 365(ବ୍ୟୁରୋ): ଡରାଉଛି ଡେଙ୍ଗୁ, ୨ ମାସରେ ଚିହ୍ନଟ ହେଲେଣି ୧୧ରୁ ଅଧିକ ରୋଗୀ । ତେବେ ଆପଣ ଜାଣନ୍ତି କି ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ । ଡେନ୍-୧, ଡେନ୍-୨, ଡେନ୍-୩, ଓ ଡେନ୍-୪ ଏହିପରି ଚାରି ପ୍ରକାର ଡେଙ୍ଗୁ ଭୁତାଣୁ ଅଛନ୍ତି । ଭୂତାଣୁ ସଂକ୍ରମଣର ପ୍ରକାର ଓ ତୀବ୍ରତା ଅନୁସାରେ ଡେଙ୍ଗୁ ଜ୍ଵର ସାଧାରଣ ହୋଇପାରେ ବା ଜଟିଳ ହୋଇପାରେ । ଡାକ୍ତରୀ ଭାଷା ଅନୁସାରେ ଡେଙ୍ଗୁ ରକ୍ତସ୍ରାବୀ ଜ୍ଵର ଓ ଡେଙ୍ଗୁ ‘ସକ୍’ ଲକ୍ଷଣାବଳୀଅତ୍ୟନ୍ତ ସାଂଘାତିକ ହୋଇଥାନ୍ତି । ଏଡିସ୍ ମଶା କାମୁଡିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ଖୁବ୍ ଶୀଘ୍ର ବ୍ୟାପିଥାଏ । ଏପରିକି ଗୋଟିଏ ସ୍ଥାନରେ ୫ରୁ ଅଧିକ ରୋଗୀ ରହିଲେ ଏହା ମହାମାରୀର ରୂପ ମଧ୍ୟ ନେଇଥାଏ । ୨ ରୁ ୩ ଦିନ ମଧ୍ୟରେ ଗୋଟିଏ ପରିବାରରେ ୩ ରୁ ୪ ଜଣ ଏକାବେଳକେ ଆକ୍ରାନ୍ତ ହୋଇପାରନ୍ତି । ଏହି ମଶା ସାଧାରଣତଃ ଦିନବେଳା କାମୁଡ଼ିଥାନ୍ତି । ସଂକ୍ରମିତ ମଶା କାମୁଡ଼ିବାର ୫-୭ ଦିନପରେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ ।
ତେବେ ବିଶେଷ କରି ଡେଙ୍ଗୁ ହେଲେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି,ଖାଦ୍ୟ ପ୍ରତି ବିଶେଷ ଗୁରୁତ୍ବ ଦିଆଯାଇଥାଏ । କାରଣ ଏହି ସମୟରେ ବିଶେଷ ଭୋକ ଲାଗିନଥାଏ ତେଣୁ ରୋଗୀ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଯାହା ଫଳରେ ରୋଗୀ ଶରୀରରୁ ପ୍ଲେଟଲେସର ମାତ୍ରା ହ୍ରାସ ପାଇଥାଏ । ଫଳରେ ରାଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ରୋଗୀ ଏହି ସମୟରେ ସବୁଜ ପନିପରିବା, ସୁପ୍, କଦଳୀ, ସେଓ ଆଦି ଖାଦ୍ୟକୁ ଖାଇଲେ ରୋଗୀ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ । କାରଣ ଏହି ସବୁଖାଦ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହି ସମୟରେ ରୋଗୀ ଚା, କଫି ବଦଳରେ ହରବାଲ ଟି ବ୍ୟବହାର କରିବା ଉଚିତ୍ । ଏହିସବୁ ଖାଦ୍ୟ ରୋଗୀ ଶରୀରରେ ପ୍ଲେଟଲେସର ଶକ୍ତି ବଢାଇରବାରେ ରାମ ବାଣ ପରି କାମ କରିଥାଏ ।