ନ୍ୟୁଜ 365 (ବ୍ୟୁରୋ): ଜ୍ଞାନବାପି ମାମଲାରେ ହିନ୍ଦୁ ଓ ମୁସଲ୍ମାନ ସମ୍ପ୍ରଦାୟଙ୍କ ମଧ୍ୟରେ ବିବାଦ ଜାରି ରହିଥିବା ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ବୟାନ ଦେଇଛନ୍ତି । ଯୋଗୀ କହିଛନ୍ତି, ଜ୍ଞାନବାପିକୁ ଯଦି ମସଜିଦ କୁହାଯିବ ତେବେ ବିବାଦ ହେବ । ସେହିପରି ଯୋଗୀ କହିଛନ୍ତି, ଜ୍ଞାନବାପି ମସ୍ଜିଦ୍ ପରିସରରେ ତ୍ରୀଶୂଳ କଣ କରୁଛି ? ତା ଭିତରେ ତ୍ରିଶୂଳ ତ ହିନ୍ଦୁ ମାନେ ରଖିନାହାନ୍ତି । ସେଠାରେ ଗୋଟିଏ ଜ୍ୟୋର୍ତିଲିଙ୍ଗ ଓ ଦେବାଦେବୀମାନେ ମଧ୍ୟ ଅଛନ୍ତି । ଏ ସମସ୍ତ ଦିଗ ଉପରେ ତର୍ଜମା ହେବା ଉଚିତ ବୋଲୁି କହିଛନ୍ତି ଯୋଗୀ ଆଦିତ୍ୟନାଥ । ସରକାର ଦୀର୍ଘ ଦିନରୁ ଚାଲି ଆସିଥିବା ଏହି ବିବାଦର ସମାଧାନ ଚାହାଁନ୍ତି। ଏହି ଐତିହାସିକ ଭୁଲ୍ ସୁଧାରିବା ଲାଗି ମୁସଲ୍ମାନ୍ ଆବେଦନକାରୀମାନେ ଆଗେଇ ଆସନ୍ତୁ। ମୁସଲ୍ମାନ ପକ୍ଷ ଏଭଳି ଐତିହାସିକ ପ୍ରମାଦକୁ ସ୍ବୀକାର କରି ସୁଧାରିବା ପାଇଁ ପ୍ରସ୍ତାବ ଦେବା ଉଚିତ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।