ନ୍ୟୁଜ୍ 365(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା। ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ୩୧ ତାରିଖ ଦିନ ଆର୍ ଉଦୟଗିରି ଟିଡିସିସିଏଲ(ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ)ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ାଙ୍କୁ ଧରିଛି। ରୋହିତ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ସୂତ୍ରରୁ ଖବର ପାଇ ବସକୁ ଚନ୍ଦ୍ରଗିରିରେ ଅଟକାଇଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ନଗଦ ଟଙ୍କା ୫.୫୪ ଲକ୍ଷ ଟଙ୍କା ମିଳିଥିଲା।
ଶ୍ରୀ ପରିଡ଼ା ନଗଦ ଅର୍ଥ ନେଇ ସନ୍ତୋଷଜନକ ଭାବେ ହିସାବ ଦେଇପାରି ନ ଥିବାରୁ ତାଙ୍କଠାରୁ ଏହି ରାଶି ଜବତ କରାଯାଇଥିଲା। ଏହାପରେ ଶ୍ରୀ ପରିଡ଼ାଙ୍କର ଏକକାଳୀନ ତିନିଟି ସ୍ଥାନରେ ଚଢ଼ଉ ଚାଲିଛି।