ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସିଙ୍ଗାପୁରର ୭ଟି ଉପଗ୍ରହକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଉତ୍କ୍ଷେପଣ କରିଛି । ସମସ୍ତ ଉପଗ୍ରହକୁ ପିଏସ୍ଏଲ୍ଭି ରକେଟ୍ ଦ୍ବାରା ସଫଳତାର ସହ ଉତ୍କ୍ଷେପଣ କରାଯାଇଥିବା ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ସମସ୍ତ ସାତଟି ଉପଗ୍ରହକୁ ସଫଳତାର ସହ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପିତ କରାଯାଇଛି । ସେହି ଉପଗ୍ରହଗୁଡ଼ିକ ହେଉଛି: ୧. ଭେଲୋକ୍ସ-ଏଏମ୍, ଏକ ୨୩ କିଲୋଗ୍ରାମ୍ ବିଶିଷ୍ଟ ପ୍ରଯୁକ୍ତି ପ୍ରଦର୍ଶକ କ୍ଷୁଦ୍ର ଉପଗ୍ରହ, ୨. ଆର୍କେଡ୍ ଆଟ୍ମସ୍ଫିୟରିକ୍ କପଲିଂ ଏବଂ ଡାଇନାମିକ୍ସ ଏକ୍ସପ୍ଲୋରର (ଆର୍କେଡ୍), ଏକ ପରୀକ୍ଷାମୂଳକ ଉପଗ୍ରହ, ୩. ସ୍କୁବ୍-୨, ଏକ ୩ୟୁ ନାନୋସାଟେଲାଇଟ୍ ଏବଂ ପ୍ରଯୁକ୍ତି ପ୍ରଦର୍ଶନକାରୀ ପେଲୋଡ୍ ଧାରକ, ୪. ନ୍ୟୁସ୍ପେସ୍ ଦ୍ବାରା ପ୍ରସ୍ତୁତ ନ୍ୟୁଲିୟନ, ଏକ ଉନ୍ନତ ୩ୟୁ ନାନୋସାଟେଲାଇଟ୍, ଯାହା ଉଭୟ ସହରାଞ୍ଚଳ ଏବଂ ନିପଟ ସ୍ଥାନଗୁଡିକରେ ନିରବଚ୍ଛିନ୍ନ ଭାବେ ଇଣ୍ଟରନେଟ୍ ସେବା ଯୋଗାଣ ପାଇଁ ଉଦ୍ଦିଷ୍ଟ। ୫. ଗାଲାସିଆ-୨, ଏକ ୩ୟୁ ନାନୋସାଟେଲାଇଟ୍ ଯାହା ନିମ୍ନ ପୃଥିବୀ କକ୍ଷରେ ରହି ପୃଥିବୀକୁ ପରିକ୍ରମଣ କରିବ। ୬. ଅର୍ବ-୧୨ ଷ୍ଟ୍ରାଇଡର୍, ଏକ ଅନ୍ତର୍ଜାତୀୟ ସହଯୋଗରେ ବିକଶିତ ଉପଗ୍ରହ। ଉତ୍କ୍ଷେପଣର ପ୍ରାୟ ୨୩ ମିନିଟ୍ ପରେ, ମୁଖ୍ୟ ଉପଗ୍ରହ ରକେଟ୍ରୁ ଅଲଗା ହୋଇଥିଲା ଏବଂ ଏହା ପରେ ଅନ୍ୟ ୬ଟି ସହ-ଯାତ୍ରୀ ଉପଗ୍ରହ ତାହାର ଅନୁସରଣ କରିଥିଲେ, ଯେଉଁଗୁଡ଼ିକ କ୍ରମାଗତ ଭାବରେ ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପିତ ହୋଇଥିଲେ ବୋଲି ଇସ୍ରୋ କହିଛି।