Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home କ୍ରୀଡା

ଟେଷ୍ଟରେ ବ୍ରଡ୍ ଯୁଗ ଶେଷ: ମନେ ପଡ଼ିଲା ଯୁବରାଜଙ୍କ ୬ଛକା

param by param
Jul 31, 2023, 06:58 pm GMT+0530
FacebookTwitterWhatsAppTelegram

ନ୍ୟୁଜ 365 (ବ୍ୟୁରୋ): ଓଭାଲ ଗ୍ରାଉଣ୍ଡରେ ଶେଷ ହୋଇଛି ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଅର୍ଟ ବ୍ରଡଙ୍କ ଟେଷ୍ଟ ଯୁଗ। ବିଦାୟୀ ମ୍ୟାଚରେ ଯୁବରାଜଙ୍କ ୬ଛକାକୁ ମନେ ପକାଇଛନ୍ତି ବ୍ରଡ। ୨୦୦୭ ୱେଷ୍ଟଇଣ୍ଡିଜ୍ ସଂସ୍କରଣ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ବ୍ରଡ୍‌ଙ୍କ‌ ଗୋଟିଏ ଓଭରରେ ଯୁବରାଜ ସିଂହ ୬ ଛକା ମାରିଥିଲେ। ଏହା ପରଠାରୁ ପରସ୍ପରର ଭଲ ବଂଧୁ ପାଲଟିଯାଇଥିଲେ ଉଭୟ। ବ୍ରଡ୍‌ ଅବସର ଘୋଷଣା କରିବା ମାତ୍ରେ ଯୁବରାଜ ସିଂହ ଶୁଭେଚ୍ଛା ଜଣାଇବାକୁ ଭୁଲିନଥିଲେ। ବ୍ରଡ୍‌ଙ୍କୁ ଜଣେ ଅସଲ କିମ୍ବଦନ୍ତି ଭାବେ ଅଭିହିତ କରିଛନ୍ତି ଯୁବରାଜ । ୨୦୦୭ରେ ମାତ୍ର ୨୧ ବର୍ଷୀୟ ଥିବା ବ୍ରଡ୍‌ ସ୍ୱୀକାର କରିଥିଲେ ସେହି ୬ ଛକା ପରଠାରୁ ମୋ ଅଭିଜ୍ଞତା ବଢ଼ିଥିଲା ଏବଂ ମାନସିକତା ବଦଳିଥିଲା। ୧୬ ବର୍ଷ ପରେ ବ୍ରଡ୍‌ ଜଣେ ଇଂଲଣ୍ଡ କିମ୍ବଦନ୍ତି ଭା‌ବେ ଅବସର ନେଉଛନ୍ତି। ଜିମି ଅଣ୍ଡରସନ ସହ ଶେଷ ଥର ପାଇଁ ମଇଦାନକୁ ଓହ୍ଲାଇ ସ୍ଥାପନ କରିଛନ୍ତି ଅନେକ ରେକର୍ଡ। ଟେଷ୍ଟ କ୍ୟାରିୟରର ଶେଷ ବଲରେ ବ୍ରଡ ଛକା ମାରିଥିଲେ । ୧୬୭ ମ୍ୟାଚ ସହ ଟେଷ୍ଟ କ୍ୟାରିୟର ଶେଷ କରିଛନ୍ତି ଷ୍ଟୁଅର୍ଟ ବ୍ରଡ । ଇଲଣ୍ଡ ପାଇଁ ୬୦୦ ୱିକେଟ୍ ନେବାରେ ଦ୍ୱିତୀୟ ବୋଲର ହୋଇଛନ୍ତି। ୬୦୦ରୁ ଅଧିକ ୱିକେଟ୍ ନେବାରେ ବ୍ରଡ ଦୁନିଆର ୫ମ ବୋଲର ହୋଇଛନ୍ତି। 

ବ୍ରଡଙ୍କୁ ଛାଡି ଶ୍ରୀଲଙ୍କାର ମୁରଲୀଧର,ସେନ ୱାର୍ଣ୍ଣ,ଅନିଲ କୁମ୍ବଲେ,ଆଣ୍ଡରସନ ଏହି ଉପଲବ୍ଧି ହାସଲ କରିଥିଲେ।  କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିଲା ଅଷ୍ଟ୍ରେଲିଆ ଇଂଲଣ୍ଡର ଷ୍ଟୁଅର୍ଟ ବ୍ରଡଙ୍କୁ କଙ୍ଗାରୁ ଖେଳାଳି ଗାର୍ଡ ଅଫ୍ ଅନର ଦେଇ ସମ୍ମାନିତ କରିଥିଲେ। ୨୦୦୭ ମସିହାର ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିବା ପରଠାରୁ ଲଗାତାର ଭାବେ ୧୬ ବର୍ଷ ଇଂଲଣ୍ଡ କ୍ରିକେଟ୍‌କୁ ସେବା ଦେଇ ଆସିଥିଲେ। ସମସ୍ତ ଫର୍ମାଟରୁ ସେ ୮୪୫ ୱିକେଟ୍‌ ନେଇଛନ୍ତି। ତିନୋଟି ବିରଳ କ୍ଲବ୍‌ର ଶୀର୍ଷ ୫ରେ ରହି ଖେଳ ଜୀବନ ଶେଷ କରିଛନ୍ତି  ଷ୍ଟୁଆର୍ଟ ‌। ସର୍ବାଧିକ ଟେଷ୍ଟ୍ ଖେଳିବାରେ ୨୦୦ମ୍ୟାଚ ଖେଳି ସଚିନ ତେନ୍ଦୁଲକର ପ୍ରଥମ, ଜେମ୍ସ ଆଣ୍ଡରସନ୍‌ ୧୮୩୨ଦ୍ୱିତୀୟ ,ରିକି ପଣ୍ଟିଂ ୧୬୮ମ୍ୟାଚ ତୃତୀୟ, ଷ୍ଟିଭ୍ ୱ ୧୬୮ଚତୁର୍ଥ, ଷ୍ଟୁଆର୍ଟ ବ୍ରଡ୍‌୧୬୭ ମ୍ୟାଚଖେଳି ୫ମ ସ୍ଥାନରେ ରହିଛନ୍ତି। ସେହିପରି  ସର୍ବାଧିକ ଟେଷ୍ଟ୍‌ ୱିକେଟ୍‌ ନେବାରେ ୮୦୦ ଓ୍ବିକେଟ୍ ନେଇ ମୁଥୟା ମୁରଲୀଧର ପ୍ରଥମ,ସେନ୍ ୱର୍ଣ୍ଣ ଦ୍ୱିତୀୟ ଜେମ୍ସ ଆଣ୍ଡରସନ୍‌ ତୃତୀୟ ,ଅନିଲ କୁମ୍ବଲେ ଚତୁର୍ଥ,ଷ୍ଟୁଆର୍ଟ ବ୍ରଡ୍‌ ୬୦୨ୱିକେଟ୍ ନେଇ ପଞ୍ଚମ ସ୍ଥାନରେ ରହିଛନ୍ତି। ସର୍ବାଧିକ ଟେଷ୍ଟ୍‌ ଛକା ମାରିବାରେ ‌ଇଂଲଣ୍ଡ ପାଇଁ ବେନ୍ ଷ୍ଟୋକ୍ସ ପ୍ରଥମ,କେଭିନ୍ ପିଟରସନ୍‌ ଦ୍ୱିତୀୟ , ଆଣ୍ଡ୍ରିଉ ତୃତୀୟ, ଷ୍ଟୁଆର୍ଟ ବ୍ରଡ୍‌‌ ୫୫ଟି ଛକା ମାରି ଚତୁର୍ଥରେ ରହିଛନ୍ତି।

ବ୍ରଡ୍‌ ଜଣେ ଆସେସ୍‌ ୱାରିୟର୍ ତଥା ଆସେସ୍‌ ଯୋଦ୍ଧା ବୋଲି କହିଛନ୍ତି  ପୂର୍ବତନ ଖେଳାଳିମାନେ। ଲମ୍ବା ସମୟ ଧରି ସେ ଇଂଲଣ୍ଡ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସିଛନ୍ତି’। ମୁଁ ଭାବୁଛି ଆଉ‌ କୌଣସି ଦ୍ରୁତ ବୋଲର ୬୦୦ରୁ ଊର୍ଧ୍ବ ୱିକେଟ୍‌ ଅକ୍ତିଆର କରିପାରିବେ ନାହିଁ। ଦୀର୍ଘ ୧୬ ବର୍ଷ ଧରି ସେ ଉଚ୍ଚ ପ୍ରଦର୍ଶନକାରୀ ଥିଲେ, ଏବେ ପରବର୍ତ୍ତୀ ପିଢ଼ି ପାଇଁ ସେ ରୋଲ୍‌ ମଡେଲ୍‌ ବୋଲି କହିଛନ୍ତି ଅନ୍ୟତମ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ୍ ଭନ୍‌। ବ୍ରଡ୍‌‌ଙ୍କ ବିପକ୍ଷରେ ୫ ଟେଷ୍ଟ୍ ଖେଳିଥିବା ରାହୁଲ ଦ୍ରାବିଡ଼ କହିଛନ୍ତି ‘ସେ ଜଣେ ଚମତ୍କାର ବୋଲର୍‌। ଜିମ୍ମି ଆଣ୍ଡରସନ୍‌ଙ୍କ ସହ ତାଙ୍କ ଭାଗୀଦାରି ମନେ ରହିବ। ୧୬୭ ଟେଷ୍ଟ୍ ଖେଳିବା ଏବଂ ୬୦୦ରୁ ଊର୍ଦ୍ଧ ୱିକେଟ୍‌ ନେବା ଜଣେ ସ୍ୱତନ୍ତ୍ର ଖେଳାଳି ହିଁ କରିପାରେ।’’ ପୂର୍ବତନ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ କହିଛନ୍ତି ‘ତାଙ୍କ ପାଇଁ ଲମ୍ବା ସମୟ ଧରି ସ୍ଲିପ୍‌ରେ ଫିଲ୍‌ଡିଂ କରିବାର ଆନନ୍ଦ ଥାଏ। ଇଂଲଣ୍ଡ୍ କ୍ରିକେଟର ସେ ଅନ୍ୟତମ ମହାନ ତଥା ସର୍ବକାଳୀନ ଶ୍ରେଷ୍ଠ’। ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଜଣେ ଆସେସ୍‌ ‌ୱାରିୟର୍‌ ଆଖ୍ୟା ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ। ସର୍ବୋଚ୍ଚ ସ୍ତରରେ ଏତେ ଦିନ ଖେଳିବା କଳ୍ପନା ବାହାରେ ବୋଲି କହିଛନ୍ତି। ଆସେସ୍‌ରେ ହିଁ ସେ ନିଜର ଶ୍ରେଷ୍ଠ କ୍ରିକେଟ୍ ଖେଳିଛନ୍ତି। ଆସେସ୍‌ ହିଁ ତାଙ୍କୁ ସୁନାମ ଓ ଖ୍ୟାତି ଆଣିଦେଇଛି। ବିଶ୍ବ କ୍ରିକେଟରେ ସ୍ମରଣୀୟ ହୋଇ ରହିବେ ଇଂଲଣ୍ଡର ସଫଳ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌।

Tags: NULL
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ
Latest News

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ
Latest News

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
Latest News

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ
Latest News

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.