ନ୍ୟୁଜ୍ 365(ବ୍ୟୁରୋ): ଚୂନା ମାଛ ଖାଇବାକୁ କିଏ ବା ପସନ୍ଦ ନକରେ । ବିଶେଷ କରି ଏଇ ଦିନରେ ପୋଖରୀ ଓ ନଦୀରୁ ଧରା ହୋଇଥିବା ନୂନାମାଛର ସ୍ବାଦ ଆହା.. କହିଲେ ପାଟିରୁ ଲାଳ ବାହାରି ଆସିବ। ବର୍ଷା ଦିନରେ ଗାଁଠୁ ସହର ସବୁଠି ସହଜରେ ମିଳିଯାଇ ଚୂନାମାଛ । ଯାହାକୁ ସବୁ ବର୍ଗର ଲୋକଙ୍କର ଅତି ପସନ୍ଦ। ହେଲେ ଆପଣ ଜାଣନ୍ତି କି ଏହି ଚୂନାମାଛ ଆମ ପାଇଁ କେତେ ଉପକାରୀ।
ବଡ଼ ମାଛ ତୁଳନାରେ ଏହି ଚୁନା ମାଛରେ ଅଧିକ ପରିମାଣରେ ରହିଛି ଭିଟାମିନ୍ ଓ ପ୍ରୋଟିନ୍ । ଅଲଗା ମାଛ ଅପେକ୍ଷା ଚୂନା ମାଛରେ ଖାଦ୍ୟ ହଜମ ଶକ୍ତି ଅଧିକ ଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ବଡ଼ ମାଛ ଅପେକ୍ଷା ଚୁନା ମାଛ ଅଧିକ ହିତକର । ଏମିତିରେ ବି ଚୁନା ମାଛ ଅନେକଙ୍କର ପ୍ରିୟ ମଧ୍ୟ ହୋଇଥାଏ । ସେ ଦୃଷ୍ଟିକୁ ବାଦ୍ ଦେଲେ ଚୁନ ମାଛ ଅନେକ ରୋଗକୁ ମଧ୍ୟ ଦୂର କରିଥାଏ। ‘ଦ ବିଲ୍ସ ଅଫ୍ ବାଙ୍ଗଲାଦେଶ’ ପକ୍ଷରୁ ଦିର୍ଘ ୧୦ ବର୍ଷ ଧରି ଛଅଟି ଫୋକାଲ୍ ସାଇଟ୍ରେ ହୋଇଥିବା ଏକ ଗବେଷଣାରୁ ଏ ସଂପର୍କରେ ଜାଣିବାକୁ ମିଳିଛି ।
ଚୂନାମାଛ ଖାଇଲେ ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଫଳରେ ହୃଦ୍ରୋଗର ଆଶଙ୍କା ମଧ୍ୟ କମିଯାଏ । ତେବେ ଚୂନା ମାଛ ଖାଇବା ଦ୍ବାରା ଏଥିରେ ଥିବା ଭିଟାମିନ୍ ଦୃଷ୍ଟି ଶକ୍ତି ବଢାଇବା ସହ ଦୃଷ୍ଟିହୀନତା ଓ ଆଖିର ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ପିଲାଙ୍କ ପାଇଁ ଚନା ମାଛ ସବୁଠୁ ଭଲ ହୋଇଥାଏ । ଏହା ସେମାନଙ୍କ ଶରୀର ବୃଦ୍ଧିରେ ଅନେକ ପରିମାଣରେ ସହାୟକ ହୋଇଥାଏ । ଏହା ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ବୃଦ୍ଧି କରାଇବାରେ ସହାୟକ ହୋଇଥାଏ । ଖାଲି ସେତିକି ନୁହେଁ, ଚୁନାମାଛ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।
ଏଥିରେ ଥିବା କ୍ୟାଲ୍ସିୟମ ଦାନ୍ତ ଓ ଶରୀରର ହାଡ଼ ସବୁକୁ ମଜବୁତ୍ କରେ । ଶ୍ୱାସରୋଗୀଙ୍କ ପାଇଁ ଚୁନା ମାଛ ଖୁବ୍ ଉପକାରୀ ଅଟେ । ଏହାକୁ ୬ ମାସ ଯାଏ ନିୟମିତ ଖାଇଲେ, ଶ୍ୱାସରୋଗରୁ ମୁକ୍ତି ମିଳେ । ତେଣୁ ସାଧାରଣରେ ଡାକ୍ତର ମାନେ ବିଶେଷକରି ମାଛ, ମାଂସରେ ରୋଗୀଙ୍କୁ ଚୂନାମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଚୂନା ମାଛ ପେଟ ପାଇଁ ଖୁବ୍ ଭଲ। ଏହା ଦ୍ୱାରା ଶରୀରରେ ହଜମ ଶକ୍ତି ବୃଦ୍ଧି ପାଏ ଓ ବିଭିନ୍ନ ପେଟ ରୋଗରୁ ମଧ୍ୟ ସୁରକ୍ଷା ମିଳିଥାଏ ।