ନ୍ୟୁଜ 365 (ବ୍ୟୁରୋ): ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ସାଂସଦ ମାନଙ୍କୁ ବିଜୟ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ନିର୍ବାଚନ ସମ୍ପର୍କରେ ଏକ ବୈଠକ କରି ସାଂସଦ ମାନଙ୍କୁ ପ୍ରଧାନମନ୍ତ୍ରୀ ବିଜୟ ମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନାନୁସାରେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆଜିଠାରୁ ଅଗଷ୍ଟ ୧୦ ଲଗାତାର ବୈଠକ କରାଯିବ । ଏଥିପାଇଁ ମୋଟ ୧୧ଟି ଏନଡିଏ ଏମ୍ପି ଗ୍ରୁପ୍ ଗଠନ କରାଯାଇଛି। ଗୋଟିଏ ଦିନରେ ଦୁଇଟି ଗ୍ରୁପ୍ ବୈଠକ ଅନୁଷ୍ଠିତ ହେବ। ପ୍ରଥମ ବୈଠକ ସନ୍ଧ୍ୟା ୬.୩୦ରୁ ଆରମ୍ଭ ହେବ। ଦ୍ୱିତୀୟ ବୈଠକ ୭.୩୦ରୁ ହେବ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାଜପା ନେତା ସଞ୍ଜୀବ ବାଲାନ ଏବଂ ବି.ଏଲ ବର୍ମା ଉପସ୍ଥିତ ରହିବେ। ଉଭୟ ବୈଠକର ସ୍ଥାନ ଅଲଗା ହେବ ବୋଲି ଜଣାପଡିଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦ ମାସ ବାକି ଅଛି। ଏହାକୁ ନେଇ ଦଳ ଜୋର ସୋର ପ୍ରସ୍ତୁତ ହେଉଛି ।