ନ୍ୟୁଜ୍ 365(ବ୍ୟୁରୋ): ଆପଣ ଜାଣନ୍ତି କି ପାନ ମଧୂରୀ ଖାଇବା ଦ୍ବାରା ଶରୀରକୁ କଣ ସବୁ ସଉପକାର ମିଳିଥାଏ । ବାସ୍ତବରେ ପାନ ମଧୂରୀ ସ୍ବାସ୍ଥ୍ୟ ପାଇଁ ବହପୁତ ଉକପକାରୀ ଅଟେ । ଏହାର ସେବନ ଦ୍ୱାରା ପାଚନ କ୍ରିୟା, ମେଟାବୋଲିଜିମ ଓ ତ୍ୱଚ୍ଚା ପାଇଁ ବହୁତ ଉପକାରୀ ହୋଇଥାଏ । ଆପଣ ଜାଣିଥିବେ ସାଧାରଣରେ ଆପଣ ଯଦି କୌଣସି ହୋଟେଲ କିମ୍ବା କୌଣସି ଭୋଜିରେ ଖାଇବାକୁ ଯାଉଛନ୍ତି ତେବେ ଖାଇବା ପରେ ଆପଣଙ୍କୁ ପାନମଧୂରୀ ଖାଇବା ପାଇଁ ଏକ ଛୋଟ ପାତ୍ରରେ ରଖାଯାଇଥାଏ, ବା କ୍ୟାସ କାଉଣ୍ଟର ନିକଟରେ ଏକ ପ୍ଲେଟରେ ପାନମଧୁରୀ ଓ ମିଶ୍ରି ମିଶାଇ ରଖାଯାଇଥାଏ । ଲୋକମାନେ ଖାଇବା ପରେ ଏହାକୁ କିଛିମାତ୍ରାରେ ନେଇ ଖାଇଥାନ୍ତି । ଏହାସହ ଅନେକ ଲୋକ ଡବାରେ ଏହି ପାନ ମଧୁରୀ ଓ ମିଶ୍ରିକୁ ମିଶାଇ ପକେଟରେ ମଧ୍ୟ ରଖିଥାନ୍ତି ଓ ଖାଇବା ପରେ ଏହାକୁ ଖାଇଥାନ୍ତି । ବାସ୍ତବରେ ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା । କିଛି ଲୋକଙ୍କର ଧାରଣା ଥାଏ କି ଖାଇବା ପରେ ପାଟିରୁ ବାହାରୁ ଥିବା ଖାଦ୍ୟର ବାସ୍ନାକୁ ଦୂର କରିବାକୁ ଏଭଳି ପାନ ମଧୁରୀ ଓ ମିଶ୍ରି ସେବନ କରାଯାଏ । ଏହା କେତେକାଂଶରେ ସତ୍ୟ ହୋଇଥିଲେ ବି ପାନ ମଧୁରୀ ଓ ମିଶ୍ରିରେ ଅନେକ ଗୁଣ ରହିଛି ।
ପାନ ମଧୁରୀ ଓ ମିଶ୍ରି ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଏଥିରେ ଥିବା ପୋଷକ ତତ୍ୱ ଶରୀର ପାଇଁ ଖୁବ ହିତକର । ଶରୀରରେ ଥିବା ହିମୋଗ୍ଲୋବିନ ସ୍ତରର ଯେକୌଣସି ଅସୁବିଧାକୁ ପାନ ମଧୁରୀ ଓ ମିଶ୍ରି ଦୂର କରିବାରେ ସହାୟକ ହୋଇଥାଏ ।
ଅନ୍ୟପଟେ ଏନିମିଆ ରୋଗରେ ପୀଡିତ ହୋଇ ତ୍ୱଚା ସେଥାଳିଆ ପଡୁଥିଲେ ଏହାର ସେବନ ଦ୍ୱାରା ଉପକାର ମଧ୍ୟ ମିଳିଥାଏ । ମୁଣ୍ଡ ବୁଲାଇବା ଓ ଥକ୍କା ଲାଗିବା ସମସ୍ୟାରୁ ମଧ୍ୟ ଉପକାର ମିଳେ । କେବଳ ସେତିକି ନୁହେଁ ଥଣ୍ଡା ଓ କାଶ ହେଉଥିଲେ ପାନ ମଧୁରୀ ଓ ମିଶ୍ରି ସେବନ ଦ୍ୱାରା ଆପଣ ସୁସ୍ଥ ଅନୁଭୋବ ତହୋଇଥାଏ । ଆପଣଙ୍କୁ ଥଣ୍ଡା ବା କାଶ ହେଉଥିଲେ ଆପଣ ପାନ ମଧୁରୀ ଓ ମିଶ୍ରିକୁ ପାଣିରେ ଫୁଟାଇ ପିଇଲେ ଆରାମ ମିଳିଥାଏ । ଖାଲି ସେତିକି ନୁହେଁ ବରଂ ଯାହା ମଧୁମେହ ବା ମୋଟାପଣ ସୃଷ୍ଟି କରୁଥିବା ପକ୍ରିୟାକୁ ହ୍ରାସ କରାଇଥାଏ ବା ଓଜନ କମାଇବାରେ ସାହାୟ କରେ । ଏହାସହ ପାଟିରୁ ଦୁର୍ଗନ୍ଧ ବାହାରୁ ଥିଲେ ପାନ ମଧୁରୀ ମିଶ୍ରି ତାହାକୁ ଦୂର କରିଥାଏ ।